ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ସକାଳ ସମୟରେ କିଛି ସାମଗ୍ରୀ କିଣିବା ପାଇଁ ପ୍ଲାନ କରିଥାନ୍ତି ବା କାହା ସହ କଥାବାର୍ତ୍ତା ହୋଇଥାନ୍ତି । ତେବେ ଆପଣ ଚାହୁଁଥିବା ପ୍ରଡକ୍ଟର ଆଡ୍ ପରବର୍ତ୍ତୀ ସମୟରେ ଫେସବୁକରେ ଦେଖିବାକୁ ମିଳିଥାଏ । ଜାଣନ୍ତି କି ଏହା କେମିତି ହୁଏ? ଫେସବୁକ ୟୁଜର୍ସଙ୍କୁ ଟ୍ରାକ କରିଥାଏ । ତେବେ ପୂର୍ବରୁ ଏନେଇ ଫେସବୁକ ପକ୍ଷରୁ ଅଗ୍ରାହ୍ୟ କରାଯାଇଥିବା ବେଳେ ପରେ ଏହାକୁ ସ୍ୱୀକାର କରାଯାଇଛି । ୟୁଜର୍ସଙ୍କ କଥାବାର୍ତ୍ତା ଶୁଣିବା ପାଇଁ ଫେସବୁକ ଆପଣଙ୍କ ଫୋନର ମାଇକ୍ରୋଚିପର ବ୍ୟବହାର କରିଥାଏ । ଏହାଛଡ଼ା ଆପଣ ଏହି ଆପ୍ ଡାଉନଲୋନ୍ କରିବା ପରେ ଲୋକେସନ ଆକ୍ସେସ୍ ଦେଇଦେବା ପରେ ସେ ଆପଣଙ୍କୁ ଟ୍ରାକ୍ କରିଥାଏ । ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଓ ଭଲ ଆଡ ଅଫର ପାଇଁ ଲୋକେସନର ଡିଟେଲ ବ୍ୟବହାର କରୁଥିବା ଫେସବୁକ ପକ୍ଷରୁ କୁହାଯାଇଛି ।
ଯଦି ଆପଣ ଏଥିରୁ ରକ୍ଷା ପାଇବାକୁ ଚାହାନ୍ତି, ତେବେ ଆପଣ ଫେସବୁକରେ ନିଜର ଆକ୍ଟିଭିଟିକୁ ଡିସକନେକ୍ଟ କରିପାରିବେ ।
୧- ଆପଣ ନିଜର ଫେସବୁକ ଆକାଉଣ୍ଟ ଲଗ୍ ଇନ୍ କରି ସେଣ୍ଟିଂ ଆଣ୍ଡ ପ୍ରାଇଭେସିକୁ ଯାଇ ସେଣ୍ଟିଙ୍ଗସ୍ ଉପରେ କ୍ଲିକ କରନ୍ତୁ ।
୨- ବାମ କଲମରେ ଫେସବୁକ ଜାନକାରୀ ଉପରେ କ୍ଲିକ କରିବା ପରେ ପୁଣି ଅଫ୍-ଫେସବୁକ ଆକ୍ଟିଭିଟି ଉପରେ କ୍ଲିକ କରନ୍ତୁ ।
୩- ଏହାର ପରେ ମୋର ଉପରେ କ୍ଲିକ କରନ୍ତୁ ଓ ମ୍ୟାନେଜ ଫ୍ୟୁଚର ଆକ୍ଟିଭିଟିକୁ ବାଛନ୍ତୁ । ଏହାପରେ ଆପଣଙ୍କୁ ପାସୱାର୍ଡ ଦେବାକୁ ପଡ଼ିବ । ତାହା ଏଣ୍ଟର କରିବା ପରେ ଆପଣଙ୍କୁ ପୁଣି ଏକ ଏକ ପପ-ଅପ ପେଜ୍ ଦେଖାଦେବ ।
୪- ଏହାପରେ ମ୍ୟାନେଜ ଫ୍ୟୁଚର ଆକ୍ଟିଭିଟି ବଟନ ଉପରେ କ୍ଲିକ କରନ୍ତୁ ଓ ନିଜର ଅଫ-ଫେସବୁକ ଆକ୍ଟିଭିଟିକୁ ବନ୍ଦ କରିଦିଅନ୍ତୁ ।