୧୦ ବର୍ଷରେ କେମିତି ହେବେ କୋଟିପତି, ଗୋଟିଏ କ୍ଲିକରେ ଜାଣନ୍ତୁ SIP ନିବେଶର ସବୁଠୁ Best ଫର୍ମୁଲା

ଜାଣନ୍ତୁ ଆପଣ ୧୦ ବର୍ଷ ମଧ୍ୟରେ କେମିତି ହେବେ କୋଟିପତି

ନୂଆଦିଲ୍ଲୀ: ଆଜିକାଲି ଟଙ୍କା ନିବେଶ କରିବା ପାଇଁ ଏସଆଇପି ହେଛି ସବୁଠୁ ଉତ୍ତମ ମାଧ୍ୟମ। ଖାସକରି ମ୍ୟୁଚୁଆଲ ଫଣ୍ଡରେ ଏସଆଇପି ଏଲ ଏଭଳି ଟୁଲ ଯେଉଁଥିରେ ଆପଣ ଧିରେ ଧିରେ କୋଟିପତି ହୋଇଯିବେ। ତେବେ ଆସନ୍ତୁ ଜାଣିବା ମାତ୍ର ୧୦ ବର୍ଷ ମଧ୍ୟରେ ଆପଣ କୋଟିପତି କିପରି ହେବେ।

କୋଟିପତି ହେବାର ଏସଆଇପିର ପ୍ରଥମ ଫର୍ମୁଲା:
-ଫିକ୍ସ ଏସଆଇପି-ପ୍ରତି ମାସରେ ୪୩ ହଜାର ୫୦୦ ଟଙ୍କା
-ସମୁଦାୟ ନିବେଶ ହେଲା -୫୨,୨୦,୨୦୦
-ସୁଧ- ୧୨ପ୍ରତିଶତ ହିସାବରେ ୪୮,୮୬,୭୪୯
-ଏବେ ସମୁଦାୟ ମୂଲ୍ୟ-୧,୦୧,୦୬,୭୪୯
ଏହି ରାସ୍ତା ସେହିମାନଙ୍କ ପାଇଁ ଯେଉଁ ଲୋକେ ଏବେଠାରୁ ବଡ଼ ଫଣ୍ଡ ପ୍ରତି ମାସରେ ନିବେଶ କରୁଛନ୍ତି।

ଦ୍ୱିତୀୟ ପ୍ରଣାଳୀ:
ଷ୍ଟେପ-ଅପ୍ ଏସଆଇପିର ଅର୍ଥ ହେଉଛି, ଆପଣ ପ୍ରତିବର୍ଷ ନିଜର ଏସଆଇପି ଆମାଉଣ୍ଟକୁ ୧୦% ବଢାଇପାରିବେ।
ଆରମ୍ଭରେ ଯଦି ଆପଣ ମାସିକ ୩୦ ହଜାର ଟଙ୍କା ନିବେଶ କରୁଛନ୍ତି ତେବେ ପ୍ରତିବର୍ଷ ୧୦% ବୃଦ୍ଧିରେ ଆପଣଙ୍କ ସମୁଦାୟ ନିବେଶ ୫୭,୩୭,୪୭୨ ହେଉଛି। ଏଥିରେ ଆପଣଙ୍କୁ ରିଟର୍ଣ୍ଣ ୪୩,୮୫,୫୦୫ ଟଙ୍କା ମିଳିବ। ଏଥର ସମୁଦାୟ ଟଙ୍କା ଆପଣଙ୍କ ପାଖେ ହୋଇଯାଉଛି ୧,୦୧,୨୨,୯୭୮ଟଙ୍କା।