କିଏ ଏହି ନେତା; ଯେ କେଜ୍ରିୱାଲଙ୍କୁ ଧୂଳି ଚଟେଇ ଦେଲେ? ଜାଣନ୍ତୁ ପ୍ରଭେଶଙ୍କ ବିଷୟରେ ଅଧିକ…

କେଜ୍ରିୱାଲଙ୍କୁ ଏତିକି ଭୋଟରେ ହରାଇଛନ୍ତି ପ୍ରଭେଶ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍ରେ ପ୍ରଭେଶ ଅଛନ୍ତି ଆଗରେ ।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଚଳିତ ନିର୍ବାଚନରେ ଭାଜପାକୁ ଐତିହାସିକ ବିଜୟ ହାସଲ ହୋଇଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ ତା’ ଲାଗି ଅଙ୍କ କଷା ଚାଲିଛି । ଆପ୍ ମୁଖ୍ୟ ବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୋଚନିୟ ଭାବେ ପରାସ୍ତ କରିଥିବା ପ୍ରଭେଶଙ୍କୁ ନେଇ ଦିଲ୍ଲୀରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେଜ୍ରିୱାଲଙ୍କୁ ହରାଇବା ଯୋଗୁ ପ୍ରଭେଶ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢ଼ିଯାଇଛି ।

ତେବେ ଦିଲ୍ଲୀ ସିଏମ ରେସରେ ଆଗରେ ଥିବା ପ୍ରଭେଶଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା କିଛି ତଥ୍ୟ, ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବେଶ ୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ପୂର୍ବରୁ ପ୍ରଭେଶ ୨ ଥର ସାଂସଦ ହୋଇସାରିଥିବାବେଳେ ଚଳିତ ଥର ପ୍ରଥମ କରି ବିଧାନସଭା ନିର୍ବାଚନ ଲଢ଼ିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପୁଅ: ରାଜନୀତି କ୍ୟାରିୟରର ଆରମ୍ଭରେ ପ୍ରବେଶ ୨୦୧୩ରେ ହମରୋଲି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଯୋଗରନନ୍ଦ ଶାସ୍ତ୍ରୀଙ୍କୁ ନିର୍ବାଚନରେ ହରେଇ ଜିତିଥିଲେ । ଏହାପରେ ୨୦୧୪ ଏବଂ ୨୦୧୯ରେ ପ୍ରଭେଶଙ୍କୁ ଦଳ ଲୋକସଭା ସାଂସଦ ଭାବେ ବାଛିଥିଲା ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂଙ୍କ ପୁଅ ହେଉଛନ୍ତି ପ୍ରଭେଶ । ୧୯୭ ନଭେମ୍ବର ୭ରେ ତାଙ୍କ ଜନ୍ମ । ଆରକେ ପୁରମସ୍ଥିତ ଡିପିଏସରେ ସ୍କୁଲିଂ ପରେ ଦିଲ୍ଲୀୟୁନିଭର୍ସିଟିରେ ପାଠ ପଢ଼ିଥିଲେ । ଏହାପରେ ବିଜନେସରେ ଏମବିଲ କରିଥିଲେ ପ୍ରବେଶ ।
ସ୍ତ୍ରୀ ଶ୍ୱାତୀ ସିିଂ ବର୍ମା ମଧ୍ୟ ରାଜନୈତିକ ପରିବାରରୁ ଆସନ୍ତି । ମଧ୍ୟପ୍ରଦେଶର ଜଣାଶୁଣା ବିଜେପି ନେତା ବିକ୍ରମ ବର୍ମଶଙ୍କ ଝିଅ ହେଉଛନ୍ତି ଶ୍ୱାତୀ । ଶ୍ୱାତୀ ଜଣେ ବିଜନେସ୍ ଓମ୍ୟାନ୍ ।

୬୯ କୋଟି ସମ୍ପତ୍ତି: ପ୍ରଭେଶ ଜଣେ କୋଟିପତି । ନିର୍ବାଚନ ନାମାଙ୍କନବେଳେ ଦେଇଥିବା ସମ୍ପତ୍ତି ତାଲିମା ଅନୁସାରେ ପ୍ରବେଶ ପାଖାପାଖି ୬୯ କୋଟି ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କର ୨ ଝିଅ ଓ ଗୋଟିଏ ପୁଅ । ପ୍ରଭେଶଙ୍କ ବିଜୟରେ ତାଙ୍କ ପରିବାର ଲୋକ ବେଶ୍ ଖୁସି ।