fbpx

ଡାର୍କ ଚକୋଲେଟ୍ କୁ ନେଇ ବିଶେଷଜ୍ଞଙ୍କ ମତ ମସ୍ତିଷ୍କର ବିକାଶ ଉପରେ ଏହା ପକାଇପାରେ ଖରାପ ପ୍ରଭାବ

ଭୁବନେଶ୍ୱର: ଡାର୍କ ଚକୋଲେଟ୍ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ । ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ । ଡାର୍କ ଚାକୋଲେଟ୍ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ । ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି । କିନ୍ତୁ ଏହି ଡାର୍କ ଚକୋଲେଟ୍ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି ଘାତକ ମଧ୍ୟ । ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ । ହାଇଦ୍ରାବାଦ ଆପୋଲ ହସ୍ପିଟାଲର ଡାକ୍ତର ସୁଧୀର କୁବାରଙ୍କ କହିବା ମୁତାବକ, ଡାର୍କ ଚକୋଲେଟ୍ ଲୋକଙ୍କ ମଧ୍ୟରେ ବେଶ୍ ଫେମସ୍ । ଏହା କମ୍ ଚିନି ଯୁକ୍ତ ଓ ଆଣ୍ଟିଅକ୍ସିଡେଣ୍ଟର କ ଭଲ ସୋର୍ସ ବୋଲି ଲୋକଙ୍କ ବିଶ୍ୱାସ ।

କିନ୍ତୁ ଏହାକୁ ଖାଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ । ବିଶେଷଜ୍ଞଙ୍କ କହିବା ମୁତାବକ, କିଛି ଡାର୍କ ଚକୋଲେଟ୍ରେ ଲେଡ୍ ଓ କ୍ୟାଡ୍ମିୟମରହିଛି । ଏଗୁଡ଼ିକ ହେଉଛି ଦୁଇଟି ଭାରି ଧାତୁ, ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ । ସେ କହିଛନ୍ତି ଯେ ପ୍ରତିଦିନ ଭାରି ଧାତୁ ଖାଇବା ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଉପୁଜି ପାରେ । ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କଠାରେ ଏହାର ବିପଦ ଅଧିକ । ଧାତୁ ଶରୀରର ବିକାଶ ସହିତ ଜଡିତ ସମସ୍ୟା ସୃଷ୍ଟି କରେ ।

ମସ୍ତିଷ୍କର ବିକାଶ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ । ଡାର୍କ ଚକୋଲେଟ୍ ଓଜନ କମ୍ ଥିବା ପିଲାମାନଙ୍କର ଜନ୍ମ ହେବାର କାରଣ ମଧ୍ୟ ସାଜିପାରେ । ଅଧିକ ଧାତୁ ବା ଲେଡ୍ ସେବନ ଦ୍ୱାରା ବୟସ୍କମାନଙ୍କଠାରେ ସ୍ନାୟୁଗତ ସମସ୍ୟା, ଉଚ୍ଚ ରକ୍ତଚାପ, କିଡନୀନଷ୍ଟ ହେବା ଭଳି ସମସ୍ୟା ଉପୁଜିପାରେ । ତେଣୁ ଡାର୍କ ଚକୋଲେଟ ଠାରୁ ଦୂରେଇ ରହିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.