ଏକ୍ସପର୍ଟଙ୍କ ବଡ଼ ଖୁଲାସା, ରାତିରେ କେଶରେ ତେଲ ଲଗାଇବା ଠିକ୍ ନା ଭୁଲ, ଜାଣନ୍ତୁ ସଠିକ୍ ସମୟ

ଓଡ଼ିଶା ଭାସ୍କର: କେଶ ମୂଳରୁ ମଜବୁତ ହେବା ଏବଂ ସୁସ୍ଥ ସେତେବେଳେ ହୋଇଥାଏ ଯେତେବେଳେ ତାର ଯତ୍ନ ନିଆଯାଇଥାଏ। ଅନେକ ଲୋକେ ରାତିରେ ଶୋଇବା ସମୟରେ ତେଲ ଲଗାଇ ଶୋଇଥାଆନ୍ତି, ଯାହାଦ୍ୱାରା କେଶ ତେଲକୁ ଭଲ ଭାବେ ଶୋଷିତ କରିଥାଏ। ସେହିପରି କିଛି ଲୋକେ ଦିନ ସାରା ନିଜର ପରିଶ୍ରମର କଷ୍ଟକୁ ଦୂର କରିବା ଲାଗି ତେଲ ଲଗାଇଥାଆନ୍ତି। ହେଲେ ଏହି ଉପାୟ କଣ ଭଲ? ଆସନ୍ତୁ ଜାଣିବା..

ସ୍କିନ ଏକ୍ସପର୍ଟ ଡ.ଶିବାଙ୍ଗି ସିଂହ କହିଛନ୍ତି ଯେ, ତେଲ ଆପଣଙ୍କ କେଶକୁ କଣ୍ଡିସନିଙ୍ଗ କରି କେଶକୁ ସାଇନ ପ୍ରଦାନ କରିଥାଏ। ଏଥିପାଇଁ କେଶରେ ତେଲ ଅବଶ୍ୟ ଲଗାଇବା ଆବଶ୍ୟକ। ଅଏଲିଙ୍ଗ କରିବାର ମଧ୍ୟ ଏକ ଭଲ ସମୟ ରହିଥାଏ। ଯଦି ଆପଣ ରାତିରେ ଶୋଇବା ସମୟରେ କେଶକୁ ଅଏଲିଙ୍ଗ କରୁଛନ୍ତି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ। ଶୋଇବା ପୂର୍ବରୁ ତେଲ କେବେ ନ ଲଗାଇବା ଆବଶ୍ୟକ। ଯଦି ଆପଣ ରାତି ସମୟରେ ଅଏଲିଙ୍ଗ କରି କେଶକୁ ଛାଡିଦେଉଛନ୍ତି, ତେବେ ଏହି କାରଣରେ ଫଙ୍ଗଲ ଇନଫେକ୍ସନ ହୋଇପାରେ। କେଶ ଅଧିକ ଗ୍ରିସି ହୋଇଯାଇଥାଏ, ଯେଉଁ କାରଣରୁ ରୂପି ସମସ୍ୟା ଖୁବ ଜୋରରେ ବଢିଯାଇଥାଏ।

ଡାକ୍ତରଙ୍କ ଅନୁଯାୟୀ, ଯେବେ ଆପଣ କେଶ ସଫା କରୁଛନ୍ତି, ସେବେ ଆପଣ ସାମ୍ପୁ କରିବା ପୂର୍ବରୁ ଗୋଟିଏ ଘଣ୍ଟା ପାଇଁ କେଶକୁ ଅଏଲିଙ୍ଗ କରନ୍ତୁ। ତେଲକୁ କେଶରେ ଅବଶୋଷିତ ହେବା ପାଇଁ ୬-୭ ଗଣ୍ଟାର ଆବଶ୍ୟକତା ନଥାଏ। ଏଥିପାଇଁ ନିଜ କେଶରେ ଆପଣ ସାମ୍ପୁ କରିବା ପୂର୍ବରୁ ୧ରୁ ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।