fbpx

ଡିଜିଟାଲ କରେନ୍ସିର ଭଲ ଓ ଖରାପ ଦିଗ ବିଷୟରେ ଆପଣ ଜାଣିଛନ୍ତି କି? ଭାରତରେ କ’ଣ ଏହା ସଫଳ ହୋଇପାରିବ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ କରେନ୍ସି ଲଞ୍ଚ କରିବା ନେଇ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହା ଭାରତ ସରକାରଙ୍କ ଅଫିସିଆଲ ଡିଜିଟାଲ କରେନ୍ସିର ମାନ୍ୟତା ପାଇବ ବୋଲି କୁହାଯାଇଥିଲେ ହେଁ ଏହାକୁ ନେଇ ବହୁତ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ଦେଶରେ କେତେଦୂର ସଫଳ ହେବ, ଲୋକଙ୍କ ନିକଟରେ ଲାଭ ପହଞ୍ଚାଇବାରେ ଏହା କେତେମାତ୍ରାରେ କାର୍ଯ୍ୟ କରିବା ସେନେଇ ଏକ୍ସପର୍ଟମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ଫାଇନାନ୍ସିଆଲ ସିଷ୍ଟମ ଓ ଦେଶର ସୁରକ୍ଷାକୁ କ୍ଷତି ପହୁଞ୍ଚାଇବ ବୋଲି ସେମାନେ ମତ ଦେଇଛନ୍ତି ।

ଡିଜିଟାଲ ରୁପିକୁ ଆରବିଆଇ ପକ୍ଷରୁ ଆଇନ ଦୃଷ୍ଟିରୁ ମାନ୍ୟତା ମିଳିବା ସହ ଯେ କୌଣସି କରେନ୍ସିରୁ ଏହା ସହ ଏକ୍ସଚେଞ୍ଜ କରାଯାଇ ପାରିବ । ଏହାର ଲୋକପ୍ରିୟତା ବଢ଼ୁଥିବାରୁ ସମଗ୍ର ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏହା ଉପରେ କାର୍ଯ୍ୟ କରୁଛନ୍ତି । ସାଧାରଣ ଅର୍ଥରେ କହିବାକୁ ଗଲେ ଆପଣ ଯେତେବେଳେ ଯାହା କିଣନ୍ତି, କ୍ୟାଶ ପେମେଣ୍ଟ କରିଥାନ୍ତି । ଡିଜିଟାଲ ରୁପି ଲଞ୍ଚ ହେବା ପରେ ଆପଣ ଏଥିରେ ପେମେଣ୍ଟ କରିପାରିବେ । ଏହା ଫଳରେ ଦେଶର ବ୍ୟବସାୟୀମାନେ ଆମେରିକା ଓ ୟୁରୋପର ବ୍ୟବସାୟୀଙ୍କ ସହ ଡିଜିଟାଳ ଡଲାରରେ କାରବାର କରିପାରିବେ ।

ଦିନକୁ ଦିନ ଟେକ୍ନୋଲୋଜି ବୃଦ୍ଧି ପାଉଥିବାରୁ ଡିଜିଟାଲ କରେନ୍ସି ସମ୍ମୁଖରେ ଏହା ଏକ ମୁଖ୍ୟ ଚ୍ୟାଲେଞ୍ଚ ଭାବେ ଉଭା ହେବ । ଟେକ୍ନୋଲୋଜି କାରଣରୁ ବିଭିନ୍ନ ସମୟରେ ଠକାମି ବଢ଼ିପାରେ । ଏ ବିଷୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ପୂର୍ବରୁ ସୂଚନା ଦେଇସାରିଛନ୍ତି । ଏହାର ବ୍ୟବହାର ଓ ପ୍ରଚଳନ ପାଇଁ ସମଗ୍ର ଦେଶରେ ଇଣ୍ଟନେଟ ସେବା ଉତ୍ତମ ମାନର ହେବା ଜରୁରୀ । ଯେ ପର୍ଯ୍ୟନ୍ତ ହାଇ ସ୍ପିଡ୍ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ ହୋଇନାହିଁ, ସେ ପର୍ଯ୍ୟନ୍ତ ଡିଜିଟାଲ କରେନ୍ସିକୁ ସଫଳତା ମିଳିବ ନାହିଁ । ଯେଉଁ ଦେଶରେ ଟେକ୍ନୋଲୋଜିର ଆଡଭାନ୍ସମେଣ୍ଟ କମ୍ ରହିଥିବ, ସେଠାରେ ଡିଜିଟାଲ କରେନ୍ସିର ଉପଯୋଗିତା ନିଶ୍ଚିତ ଭାବେ କମ୍ ରହିବ । ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଚିନ୍ତାବ୍ୟକ୍ତ କରିଛି । ତେବେ ମୋଟ ଉପରେ ଦେଖିବାକୁ ଗଲେ ଡିଜିଟାଲ କରେନ୍ସିର ଭଲ ଓ ମନ୍ଦ ଦିଗ ରହିଛି । ତେବେ ଆଗକୁ ଭାରତ ସରକାର ଏହାର ସୁଫଳ କିପରି ଦେଶବାସୀଙ୍କ ନିକଟରେ ପହଞ୍ଚାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.