fbpx

ରୂପିରୁ ମୁକ୍ତି ପାଇବା ପାଇଁ ଏଭଳି ବ୍ୟବହାର କରନ୍ତୁ ଅଦା ରସ, ତୁରନ୍ତ ହେବ ଲାଭ

Advertisement

ରୂପିରୁ ମୁକ୍ତି ପାଇବା ପାଇଁ ଏଭଳି ବ୍ୟବହାର କରନ୍ତୁ ଅଦା ରସ, ତୁରନ୍ତ ହେବ ଲାଭ

ଅଦା, ଏହା ଏପରି ଏକ ଖାଦ୍ୟ ସାମଗ୍ରୀ ଯାହା ଅତି ସହଜରେ ରୋଷେଇ ଘରେ ଉବଲବ୍ଧ ହୋଇଥାଏ । ସମସ୍ତେ ଜାଣନ୍ତି ଅଦା ଚା’ ରେ ବ୍ୟବହାର ହୋଇଥାଏ । ଏହା ସହ ଅନେକ ଖାଦ୍ୟରେ ବ୍ୟବହାର ହୋଇଥାଏ । ଏମିତିରେ ଅଦାକୁ ବହୁତ ଉପଯୋଗୀ ବୋଲି ମଧ୍ୟ କୁହାଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ଅଦାର ଅନେକ କାର୍ଯ୍ୟକାରୀ ଗୁଣ ମଧ୍ୟ ରହିଛି । ଯଦି ଆପଣ ରୂପି ସମସ୍ୟାର ପିଡ଼ୀତ ଅଛନ୍ତି ତେବେ ଅଦା ଆପଣଙ୍କ ପାଇଁ ଉପାଦେୟ ହୋଇପାରେ ।

ଖରାଦିନେ ଧୂଳି ଯୋଗୁଁ ଚୁଟି ରେ ମଇଳା ଜମା ହୋଇଥାଏ ଫଳରେ ରୂପି ମଧ୍ୟ ଅଧିକ ହୋଇଥାଏ । ଯାହାଦ୍ୱାରା ଚୁଟିରେ ଅଧିକ କୁଣ୍ଡେଇ ହୋଇଥାଏ । ଅବଶ୍ୟ ମୁଣ୍ଡରେ ରୂପି ହେବାର ଅନ୍ୟ କାରଣ ମଧ୍ୟ ରହିିଛି । ତେବେ ଆମେ ଆପଣଙ୍କୁ ରୂପି ସମସ୍ୟାରୁ ମୁକ୍ତି ପାଇଁ ଅଦାର ବ୍ୟବହାର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଉପଯୋଗ କରି ରୂପିରୁ ମକ୍ତି ପାଇପାରିବେ । ଭିନ୍ନ ଭିନ୍ନ ଢ଼ଙ୍ଗରେ ଆପଣ ଏହାକୁ ଚୂଟିରେ ଲଗାଇପାରିବେ । ତେବେ ଆସନ୍ତୁ ଜାଣିବା ଅଦାକୁ ଆପଣ କିଭଳି ବ୍ୟବହାର କରିପାରିବେ ।

ତେଲ ସହ ଲଗାଇପାରିବେ ଅଦା

ତେଲ ସହ ଆପଣ ଅଦାର ବ୍ୟବହାର କରିପାରିବେ । ଯଦି ଆପଣଙ୍କ ସ୍କାଲ୍ପ ସ୍କିନ୍ ସେନ୍ସିଟିଭ ଅଟେ ଏବଂ ଆପଣଙ୍କୁ ସିଧାସଳଖ ଅଦା ରସ ଲଗାଇବାରେ ସମସ୍ୟା ହେଉଛି, ତେବେ ଆପଣ ଅଦା ରସ ସହ ତେଲ ମିଶାଇ ଲଗାଇପାରିବେ । ନିୟମିତ ଭାବରେ ଏହାର ବ୍ୟବହାର କରିବା ଦ୍ୱାର ଖୁବଶୀଘ୍ର ରୂପିରୁ ମୁକ୍ତି ମିଳିବ ।

ଏହାଛଡ଼ା ଅନ୍ୟ ଏକ ଉପାୟ ହେଉଛି ସଲ୍ଫେଟ ଫ୍ରି ସାମ୍ପୁ ଏବଂ ସେଥିରେ ଏକ ଚାମଚ ଅଦା ରସ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଚୁଟିରେ ଲଗାଇ ଧୁଅନ୍ତୁ । ଏହାଦ୍ୱାରା ରୂପିରୁ ମୁକ୍ତି ମିଳିବା ସହ ମଇଳା ମଧ୍ୟ ସଫା ହୋଇଯିବ ।

(ଉପରୋକ୍ତ ତଥ୍ୟ ଇଣ୍ଟରନେଟ୍ ଆଧାରିତ । କୌଣସି ପ୍ରୟୋଗ କରିବା ପୂର୍ବରୁ ଡାକ୍ତରଙ୍କଠାରୁ ପରାମର୍ଶ କରିନିଅନ୍ତୁ)

Get real time updates directly on you device, subscribe now.