fbpx

ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାହିଁକି ତାଙ୍କ ଚେୟାର’ର ଦିଗ ବଦଳାଗଲା ଜାଣନ୍ତୁ

ଥାର୍ଡ ଫ୍ଲୋର୍‌ରେ ଚେୟାର’ର ଦିଗ କାହିଁକି ବଦଳିଲା? ସିଏମ୍‌ଓରେ ମୁଖ୍ୟମନ୍ତ୍ରୀଙ୍କ ଚୌକିର ଦିଗ କାହିଁକି ବଦଳାଗଲା? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚେୟାର’ର ଦିଗ କେଉଁଆଡେ ଥିଲା? ନୂଆ ମୁଖ୍ୟମନ୍ତ୍ରୀଙ୍କ ଚୌକିର ଦିଗ କେଉଁଆଡକୁ ହେଲା?

Advertisement

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଠାରୁ ସିଏମଓ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି । ଜୁନ୍ ୧୨ ତାରିଖରୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ମୋହନ ମାଝି । ହେଲେ ସେବେଠାରୁ ରାଜ୍ୟ ଅତିଥି ଭବନକୁ ନିଜର ଅସ୍ଥାୟୀ ଅଫିସ୍ କରି କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ଶପଥ ନେବାର ଦୀର୍ଘ ୨୨ ଦିନ ପରେ ଗୁରୁବାର ବା ଗତକାଲି ଲୋକସେବା ଭବନରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ଗତ ଜୁନ୍ ମାସ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିଥିଲା ଆଉ ସେହିଦିନ ହିଁ ବିଜେପି ରାଜ୍ୟରେ ସରକାର ଗଠନ କରୁଥିବା ସ୍ପଷ୍ଟ ହୋଇଥିଲା । ଆଉ ଏହାର ଠିକ୍ ଗୋଟିଏ ମାସ ପରେ ଅର୍ଥାତ୍ ଜୁଲାଇ ୪ ତାରିଖରେ ଆନୁଷ୍ଠାନିକ ଭାବେ ଲୋକସେବା ଭବନରେ ରହିଥିବା ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ । ଗତକାଲି ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରଥମ ଥର ପାଇଁ ଲୋକସେବା ଭବନରେ ପ୍ରବେଶ କରିଛନ୍ତି।

ଲୋକସେବା ଭବନର ତୃତୀୟ ମହଲାରେ ରହିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ଗତକାଲି ପ୍ରଥମ ଥର ପାଇଁ ବସିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନର ଥାର୍ଡ ଫ୍ଲୋର୍‌ରେ ନିଜ କାର୍ଯ୍ୟାଳୟରେ ଗତକାଲି ଆନୁଷ୍ଠାନିକ ଭାବେ ପ୍ରବେଶ କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ବସିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଏମଓ ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆସବାବପତ୍ର ସହ ଚେୟାରର ଦିଗ ବି ବଦଳିଛି ।

ପୂର୍ବରୁ ନବୀନ ବାବୁଙ୍କ ଚେୟାର ଦକ୍ଷିଣାଭିମୁଖୀ ଥିଲା । ଅର୍ଥାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚୌକି ଦକ୍ଷିଣ ଦିଗକୁ ମୁହଁ କରି ପଡିଥିଲା । ହେଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଚେୟାରର ଦିଗ ବଦଳାଇ ଦିଆଯାଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଚେୟାରକୁ ପୂର୍ବାଭିମୁଖୀ କରାଯାଇଛି । ତେବେ ଥାର୍ଡ ଫ୍ଲୋର ବା ତୃତୀୟ ମହଲାରେ ରହିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବା ସିଏମଓରେ ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଚେୟାରର ଦିଗ କାହିଁକି ବଦଳାଯାଇଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ବାସ୍ତୁବିତ୍ ମନୋଜ ଲେଙ୍କା ।

ତାଙ୍କ କହିବା ଅନୁସାରେ ଚେୟାର ପୂର୍ବାଭିମୁଖୀ ରହିଲେ ଏଥିରେ ବସୁଥିବା ଲୋକ ରାଜ୍ୟର ଚିନ୍ତା କରିବେ । ଅର୍ଥାତ୍ ନୂଆ ମୁଖ୍ୟମନ୍ତ୍ରୀ ଏହି ଚୌକିରେ ବସିଲେ ରାଜ୍ୟ ପାଇଁ ଚିନ୍ତା କରିବେ ଓ ଜନମାନସ ସହ ମିଶି କରି ରହିବେ । ଏହା ଦ୍ୱାରା ୩ ମାସ ମଧ୍ୟରେ ରାଜ୍ୟର ବହୁତ ଉନ୍ନତି ହେବ ବୋଲି କହିଛନ୍ତି ବାସ୍ତୁବିତ୍ । ଆଉ ଖାସ୍ ଏହି କାରଣ ପାଇଁ ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ବସିବା ପାଇଁ ରହିଥିବା ଚୌକିର ଦିଗକୁ ପୂର୍ବାଭିମୁଖୀ କରାଯାଇଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୂର୍ବ ଦିଗକୁ ମୁହଁ କରି ବସିବେ । ଆଉ ରାଜ୍ୟ ଶାସନ ସୂଚାର ରୂପେ ତୁଲାଇବେ ବୋଲି ବାସ୍ତୁବିତ୍ କହିଛନ୍ତି ।

Get real time updates directly on you device, subscribe now.