fbpx

ଦଳୀୟ ଖେଳାଳିଙ୍କୁ ପ୍ରଶଂସା କଲେ କୋହଲି

କାନବେରା, ୭ା୧୨: ଗତକାଲି ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବା ପରେ ୨-୦ରେ ସିରିଜରେ ଅଗ୍ରଣୀ ଲାଭ କରିଛି । ଏହି ସିରିଜ ବିଜୟର ଶ୍ରେୟ ଭାରତୀୟ ଅଧିନାୟକ ବିରାଟ କୋହଲି ଦଳୀୟ ଖେଳାଳିଙ୍କୁ ଦେଇଛନ୍ତି । ଗତକାଲିର ମ୍ୟାଚରେ ୨୨ ବଲରୁ ୪୨ ରନ କରି ଦଳର ବିଜୟରେ ପ୍ରମୁଖ କର୍ଣ୍ଣଧାର ସାଜିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୋହଲି ମଧ୍ୟ ପ୍ରଶଂସା କରିବା ସହ ଭବିଷ୍ୟତରେ ଦଳ ପାଇଁ ଭରସାଯୋଗ୍ୟ ଖେଳାଳି ହୋଇ ବାହାରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରୋହିତ ଶର୍ମା ଓ ଯଶପ୍ରୀତ ବୁର୍ମାଙ୍କ ପରି ଟି-୨୦ ଅଭିଜ୍ଞ ଖେଳାଳି ଅନୁପସ୍ଥିତି ଥାଇ ମଧ୍ୟ ଦଳ ଭଲ ପ୍ରଦର୍ଶନ କରୁଛି । ଏହା ଦଳ ପାଇଁ ଗର୍ବର ବିଷୟ ।

Get real time updates directly on you device, subscribe now.