fbpx
BJD
BJD SKY
BJD SKY

ପ୍ରଦୀପଙ୍କ ଜାମିନ ଆବେଦନର ଶୁଣାଣି, ରାୟ ସଂରକ୍ଷିତ

ଭୁବନେଶ୍ୱର,୭ ।୧୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଆଜି ଶୁଣାଣି ହୋଇଛି । କିନ୍ତୁ ଜାମିନ ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ୱର ଏଡିଜେ-୩ କୋର୍ଟ ।

ତେବେ ବେନାମୀ ଅର୍ଥ କାରବାର ମାମଲାରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ଟାଟା କମ୍ପାନୀରେ ଚାକିରି ଦେବା ନାମରେ ଅର୍ଥ ଆଦାୟ କରୁଥିଲେ। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି। ଗିରଫ କରିବା ପରେେ SDJM କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ। ଏହାପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ପ୍ରଦୀପ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଦର୍ଶାଇଥିଲେ ଓକିଲ। ଜାମିନ ଆବେଦନ ଖାରଜ ହେବା ପରେ ପ୍ରଦୀପଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।।

Get real time updates directly on you device, subscribe now.