ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅନ୍ଦୋଳନ ଜାରି ରହିଛି। ଡାକ୍ତର ସୁରକ୍ଷା ଆଇନ ଆଣିବାକୁ ଦାବି କରାଯାଉଛି। ମହିଳା ସୁରକ୍ଷାର ପ୍ରସଙ୍ଗରେ ସିଏମ ମମତା ବାନାର୍ଜୀ ଭର୍ଚୁଆଲ ବୈଠକ କରିଛନ୍ତି। ସିଏମଙ୍କ ପରାମର୍ଶଦାତା ଆଲାପାନ୍ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ଏହି ସୁରକ୍ଷାକୁ ନେଇ ଖୁବଶିଘ୍ର ନିର୍ଦ୍ଦେଶ ଜାରି କରାଯିବ। ସେହିପରି ପୋଲିସକୁ ଚେତାବନୀ ଦିଆଯିବା ପରେ ଡାକ୍ତରମାନେ ଧାରଣାରେ ବସିଛନ୍ତି। ମଧ୍ୟପ୍ରଦେଶରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।
କୋଲକାତା ସରକାର ମହିଳା ସୁରକ୍ଷାକୁ ନେଇ ଅନେକ ନିୟମରେ ପରିବର୍ତ୍ତନ କରିବା ସହ କିଛି ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି। କୋଲକାତାରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ପରେ ମମତା ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ବର୍ତ୍ତମାନ ହସ୍ପିଟାଲରେ ରାତିରେ ମହିଳାମାନେ ଡ୍ୟୁଟୀରେ ରହିବେନି। ମହିଳା ଷ୍ଟାଫଙ୍କ ରାତିର ଡ୍ୟୁଟୀରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଆହୁରି ଅନେକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଛି।