କା ହାଲ୍ ବା… କୋରିଆନ୍ ଟିଚର ପିଲାଙ୍କୁ ଶିଖାଇଲେ ଭୋଜପୁରୀ, ଭିଡିଓ ଭାଇରାଲ

ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକେ ମଧ୍ୟ ଏହି ଭିଡିଓକୁ ପ୍ରଶଂସା କରୁଛନ୍ତି।

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଦକ୍ଷିଣ କୋରିଆନ୍ କଣ୍ଟେଣ୍ଟ କ୍ରିଏଟର୍ ଛାତ୍ରମାନଙ୍କୁ ଭୋଜପୁରୀ କହିବା ଶିଖାଉଛନ୍ତି।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକେ ମଧ୍ୟ ଏହି ଭିଡିଓକୁ ପ୍ରଶଂସା କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

କଣ୍ଟେଣ୍ଟ କ୍ରିଏଟର୍ ୟେଚାନ୍ ସି. ଲି ପିଲାମାନେ କିପରି ଭୋଜପୁରୀ କହିବେ ତାହା ଶିଖାଉଛନ୍ତି।

ଭିଡିଓରେ ସେ କହିଛନ୍ତି ଭାରତରେ ଚାରୋଟି ମୌଳିକ କଥାବାର୍ତ୍ତା କିପରି କରିବେ। ଯେତେବେଳେ ଆମେ ପ୍ରଥମ ଥର ପାଇଁ କାହାକୁ ଭେଟିଥାଉ, ଆମେ ନମସ୍ତେ କହିଥାଉ।

ଭାରତରେ, ଆମେ କହୁ, ‘କା ହୋ?’

ସେ ଆହୁରି ମଧ୍ୟ କୁହନ୍ତି, “ଯେତେବେଳେ ଆମେ ପୁଣି ଥରେ ସମାନ ବ୍ୟକ୍ତିଙ୍କୁ ଭେଟିଥାଉ, ଆମେ ପଚାରିଥାନ୍ତି ତୁମେ କିପରି ଅଛ?

ଭାରତରେ, ଆମେ କହୁ, କା ହାଲ୍ ବା?’

ଆମେ ଭାରତରେ କିପରି ବିଦାୟ ନେବୁ? ‘ଖୁସ୍ ରାହୋ।'” କୋରିଆନ୍ କଣ୍ଟେଣ୍ଟ କ୍ରିଏଟରଙ୍କ ଏହି କିଛି କଥା ଭାଇରାଲ ହୋଇଛି। ଯାହାକୁ ବେଶ ପସନ୍ଦ କରିଛନ୍ତି ଲୋକ।

 

View this post on Instagram

 

A post shared by Yechan C. Lee (@40kahani)