(Video) ବିଧାତାର ଖେଳ ବଡ ବିଚିତ୍ର…ଯେଉଁ ସ୍ତ୍ରୀ ପାଇଁ ଚାକିରି ଛାଡିଥିଲେ.. ସ୍ବାମୀର ବିଦାୟ ସମ୍ବର୍ଦ୍ଧନାରେ ହିଁ ସେ ଟଳିପଡିଲେ

ନୂଆଦିଲ୍ଲୀ:କୁହାଯାଏ ମୃତ୍ୟୁ ଯେତେବେଳେ ଆସେ କାହାକୁ ବି କହିନଥାଏ। ପାଣି ଫୋଟକା ଭଳି କ୍ଷଣିକର ପ୍ରାଣ ଛାଡିଯାଇଥାଏ । ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ତ୍ରୀର ଦେହ ଭଲ  ନଥିବା ଯୋଗୁଁ ସ୍ବାମୀ ଚାକରି ଛାଡି ଦେଇଥିଲ । କିନ୍ତୁ ବିଦାୟ ସମ୍ବର୍ଦ୍ଧନାରେ ହିଁ ସ୍ତ୍ରୀ ହୃଦଘାତରେ ଟଳିପଡିଥିବା ଦେଖା।ଯାଇଛି । ଏହି ଭିଡିଓକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଛି ।

ରାଜସ୍ଥାନର କୋଟାରୁ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି । ଦେବେନ୍ଦ୍ର ସାନଦାଲଙ୍କ ପତ୍ନୀ ଟିନା ହୃଦରୋଗରେ ପୀଡିତ ରହିଥିଲେ । ତେବେ ସ୍ତ୍ରୀର ଦେଖାଶୁଣା କରିବା ପାଇଁ ଦେବେନ୍ଦ୍ର ଚାକିରି ଶେଷ ହେବାର ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ଭାବେ ଭିଆରଏସ ନେଇଥିଲେ। ଦେବେନ୍ଦ୍ରଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ରୀୟ ୱେୟାର ହାଉସିଂ କର୍ପୋରେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।  କାର୍ଯ୍ୟକ୍ରମରେ ଦେବେନ୍ଦ୍ରଙ୍କ ପତ୍ନୀ ଟିନା ମଧ୍ୟ ଯୋଗ ଦେଇଥିଲେ। ହଠାତ ଟିନା ମୁଣ୍ଡ ବୁଲାଇ ଦେଉଛି ବୋଲି କହି ଚେୟାରରେ ଆଉଜି ବସି ଯାଇଥିଲେ। ସ୍ୱାମୀ ତାଙ୍କ ପିଠି ଆଉଁସି ଦେବା ସହ କେହି ଟିକିଏ ପାଣି ଆଣି ଦିଅ ବୋଲି କହିଥିଲେ। କିନ୍ତୁ ଦେବେନ୍ଦ୍ରଙ୍କ ଅବସରକାଳୀନ କାର୍ଯ୍ୟକ୍ରମରେ ଟିନା ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ବେକରେ ଫୁଲମାଳ ସାଙ୍ଗକୁ ଖିଲିଖିଲି ହସରେ ଫାଟିପଡୁଥିବା ପରିବେଶରେ ହଠାତ୍ ଶୋକାକୂଳ ପରିସ୍ଥିତି ଦେଖାଯାଇଥିଲା ।