ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରୀରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ।
ସୂଚନାନୁଯାୟୀ, ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗରେ ଲାଗି ହେବ ଜୈବିକ ଚାଉଳ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋରାପୁଟର ପ୍ରଗତି ଅନୁଷ୍ଠାନ ଜୈବିକ ଚାଉଳ ଯୋଗାଇବ।