fbpx

ତୃତୀୟ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ କେପି ଶର୍ମା ଓଲି

କାଠମାଣ୍ଡୁ, ୧୪/୫: ଶୁକ୍ରବାର ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ଗୁରୁବାର ଦିନ ବିରୋଧୀ ଦଳ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବାପରେ ଓଲିଙ୍କୁ ଏହି ପଦରେ ପୁନଃ ନିଯୁକ୍ତ କରାଯାଇଥିଲା।

ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଗୁରୁବାର ରାତିରେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ସିପିଏନ୍-ୟୁଏମ୍ଏଲ୍ ର ଅଧ୍ୟକ୍ଷ ଓଲି (୬୯)ଙ୍କୁ  ନିଯୁକ୍ତ କରିଛନ୍ତି। ଏହାର ତିନି ଦିନ ପୂର୍ବରୁ ସେ ଲୋକସଭାରେ ଆସ୍ଥା ଭୋଟ ହରାଇଥିଲେ। କେପି ଶର୍ମା ଓଲି ୧୧ ଅକ୍ଟୋବର ୨୦୧୫ ରୁ ଅଗଷ୍ଟ ୩, ୨୦୧୬ ଏବଂ ପୁନର୍ବାର ଫେବୃଆରୀ ୧୫, ୨୦୧୮ ରୁ ୧୩ ମଇ ୨୦୨୧ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସୋମବାର ଦିନ ଓଲି ଗୃହରେ ଆସ୍ଥା ଭୋଟ୍ ହରାଇବା ପରେ ରାଷ୍ଟ୍ରପତି ବିରୋଧୀ ଦଳମାନଙ୍କୁ ସଂଖ୍ୟାଗରିଷ୍ଠତା ସହ ଏକ ନୂତନ ସରକାର ଗଠନ ପାଇଁ ଗୁରୁବାର ରାତି ୯ ଟା ପର୍ୟ୍ୟନ୍ତ ସମୟ ଦେଇଥିଲେ ।

ତେବେ ବିରୋଧୀ ଦଳ ଉକ୍ତ ସମୟ ମଧ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା ଫଳରେ ଓଲିଙ୍କ ୨୭୧ ସଦସ୍ୟ ବିଶିଷ୍ଟ ୧୨୧ଟି ସିଟ ବିଶିଷ୍ଟ ସର୍ବ ବୃହତ ଦଳରୁ ପୁର୍ନବାର କେ କେପି ଶର୍ମା ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ।

Get real time updates directly on you device, subscribe now.