fbpx

କର୍ଣ୍ଣାଟକରେ ବିଜେପି ସରକାରଙ୍କୁ କଟାକ୍ଷ: ଟିକା କିଣିବା ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଚଲାଇଛି କଂଗ୍ରେସ, ଜାଣନ୍ତୁ କେଉଁଠୁ ଆସିବ ଟଙ୍କା ?

ବେଙ୍ଗଲୁରୁ,୧୪ ।୫: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଟିକାକରଣକୁ ନେଇ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ଦିନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ କ୍ୟାବିନେଟ କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ, କିନ୍ତୁ ଏବେ ଟିକାର ଅଭାବକୁ ସ୍ୱୀକାର କରିଛନ୍ତି । ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ କହିଛି ଯେ, ସେମାନେ ଉତ୍ପାଦନକାରୀଙ୍କ ଠାରୁ ସିଧାସଳଖ ଟିକା କିଣିବା ପାଇଁ ୧୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି । ଦଳର ରାଜ୍ୟ ୟୁନିଟ ସଭାପତି ଡି କେ ଶିବକୁମାର କହିଛନ୍ତି ଯେ, କଂଗ୍ରେସରୁ ୧୦ କୋଟି ଟଙ୍କା ଆସିବ ଓ  ବାକି ୯୦ କୋଟି ଟଙ୍କା ତାଙ୍କ ବିଧାୟକ/ଏମଏଲସି ପାଣ୍ଠିରୁ ଆସିପାରେ ।

 

ତେବେ ଶିବକୁମାର ଏକ ବୟାନରେ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ‘ ମୁଁ ୟେଦୁରପ୍ପା  ସରକାରଙ୍କୁ ନିବେଦନ କରୁଛି କି ଟିକା କିଣିବା ପାଇଁ ଆମକୁ ବିଧାୟକ/ଏମଏଲସି ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦିଅନ୍ତୁ । କାରଣ ମୋଦୀ  ଓ ୟେଦୁରପ୍ପା  ସରକାର ମାସ ମାସ ଧରି ଏହା କରିବାରେ ବିଫଳ ହେଉଛନ୍ତି ।’ କଂଗ୍ରେସ ବିଧାୟକ ଦଳର ନେତାଙ୍କ ଅନୁସାରେ, କର୍ଣ୍ଣାଟକରେ କଂଗ୍ରେସ ନେତାମାନେ ଟିକା ପାଇଁ ୧୦୦ କୋଟି ଟଙ୍କା ଦେବେ ।

Get real time updates directly on you device, subscribe now.