ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ବୁଧବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କ୍ରିଷନ କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରହିଛନ୍ତି । କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି ।
ଓଡ଼ିଶାରୁ ୨୦୦୨ ବ୍ୟାଚର ପ୍ରଶାସନିକ ଅଧିକାରୀ ରହିଥିବା କ୍ରିଷନ କୁମାର ନିଜର ଅଦ୍ଭୂତପୂର୍ବ ପରିଚାଳନା ଦକ୍ଷତା ପାଇଁ ସୁପରିଚିତ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ରହି ସାରିଥିବା ବେଳେ ବିଏମସିରେ ମଧ୍ୟ ପ୍ରଶାସନିକ ଦାୟିତ୍ୱ ସମ୍ଭାଳିଛନ୍ତି । ଏବେ ପୂର୍ତ୍ତ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି କ୍ରିଷନ କୁମାର।