କୁମ୍ଭମେଳା ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

ହରିଦ୍ୱାର ୧୭ ।୪ (ଓଡିଶା ଭାସ୍କର) : ଦେଶରେ ବଢୁଥିବା କରୋନା ସଂକ୍ରମଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇବରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ହରିଦ୍ୱାରରେ ଚାଲିଥିବା ମହାକୁମ୍ଭ ମେଳାକୁ ନେଇ ଚିନ୍ତାରେ ଅଛନ୍ତି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭାର ସଭାପତି ଆଚାର୍ଯ୍ୟ ମହାମଣ୍ଡେଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରିଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଏଥିସହ ସନ୍ଥ ମାନଙ୍କୁ କୁମ୍ଭମେଳା ଶେଷ କରିବା ପାଇଁ ମଧ୍ୟ ଅପିଲ୍ କରିଛନ୍ତି ।

ଏହାସହ ଶନିବାର ସକାଳେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି ‘ମୁଁ ପ୍ରାର୍ଥନା କରୁଛି ଏବେ ଯାଏ କୁମ୍ଭମେଳାରେ ୨ଟି ସାହି ସ୍ନାନ ହୋଇ ସାରିଛି, ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରାଯାଉ । ଏହାଫଳରେ କରୋନା ବିରୋଧରେ ଲଢାଇ କରିବା ପାଇଁ ବଳ ମିଳିବ ।’ ସେପଟେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଜବାବ ରଖିଛନ୍ତି ଆଚାର୍ଯ୍ୟ ମହାମଣ୍ଡେଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି । ସେ କହିଛନ୍ତି ଯେ ,ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଆମେ ସ୍ୱାଗତ ଜଣାଉଛୁ । ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେ ସାହି ସ୍ନାନ କରିବା ପାଇଁ କୁମ୍ଭରେ ଭିଡ ନ ଜମାଇବା ପାଇଁ ଅପିଲ୍ କରିଛନ୍ତି ।

 

କରୋନା ସଂକ୍ରମଣକୁ ଦେଖି ଲୋକମାନେ ଅଧିକ ସଂଖ୍ୟାରେ ମେଳାକୁ ନ ଆସିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏବେଯାଏ କୁମ୍ଭମେଳାକୁ ଆସିଥିବା ସାଧୁମାନଙ୍କ ମଧ୍ୟରୁ ୬୮ ଜଣ ସାଧୁ କରୋନା ଆକ୍ରାନ୍ତ ହୋଇଛନ୍ତି । ନିରୱାନି ଆଖଡାର ମହାମଣ୍ଡେଳେଶ୍ୱର କପିଲ ଦେବଙ୍କ କିଛିଦିନ ପୂର୍ବେ କରୋନାରେ ମୃତ୍ୟୁ ହୋଇଥିଲା । ଗତ ସପ୍ତହାରେ ୨ ଜଣ ସାଧୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।