fbpx

ଡ୍ରାଗନ୍ ସେନାର ଦାଦାଗିରି, ପୁଣି ସୀମାରେ ଚଳାଇଛି ନିର୍ମାଣ କାର୍ଯ୍ୟ

Advertisement

ନୁଆନଦିଲ୍ଲୀ : ଭାରତ ସୀମାରେ ଚୀନ ସଦାସର୍ବଦା ତାର କ୍ଷମତା ଜାହିର ଜହିର କରିବାରେ ଲାଗିଛି । ପୂର୍ବରୁ ବେଶ କିଛଦିନ ତଳେ ସୀମାବିବାଦ ଏବଂ ଦୁଇ ସେନାଙ୍କ ମଧ୍ୟରେ ଧସ୍ତା ଧସ୍ତି ଯୋଗୁ କିଛି ସେନା ପ୍ରାଣ ହାରିଥିବାବେଳେ ଉଭୟ ପକ୍ଷର ଆଲୋଚନା ପରେ ଏହା କିଛିଦିନ ପାଇଁ ଥମିଯାଇଥିଲା । କିନ୍ତୁ ପୁଣି ସୀମାରେ ଡ୍ରାଗନ୍‌ର ଦାଦାଗିରି ଦେଖିବାକୁ ମିଳିଛି । ପୂର୍ବ ଲଦାଖ ସେକ୍ଟର ଅନ୍ତର୍ଗତ ହୋତାନ ଏୟାରବେସରେ ଚୀନ ମୁତୟନ କରିଛି ୨୫ରୁ ଅଧିକ ହେଲିକପ୍ଟର । ଲଦାଖର ବଭିନ୍ନ ସ୍ଥାନ ଯାହାକି, ସାମରିକ କୌଶଳ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, ସେହି ଇଲାକାରେ ଚୀନ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚଳାଇଥିବା ଆମେରିକା ପାସିଫିକ୍‌ ଆର୍ମ ଜେନେରାଲ ଚାର୍ଲସ ଫ୍ଲିଙ୍କ ସୂଚନା ଦେଇଛନ୍ତି ।

ଚୀନର ମୁତୟନ ହୋଇଥିବା ହେଲିକପ୍ଟର ମଧ୍ୟରେ ରହିଛି,ଜେ-୧୧, ଜେ-୨୦ ପରି ଶକ୍ତିଶାଳୀ ସାମରିକ ହେଲିକପ୍ଟର । ପୂର୍ବରୁ ଏହି ସବୁ ସ୍ଥାନରେ ଚୀନ ମିଗ୍‌- ୨୧ ମୁତୟନ କରିଥିଲା । ଏହା ବ୍ୟତୀତ କେତେକ ସ୍ଥାନରେ ଏୟାର ଫିଲ୍‌ଡ ନିର୍ମାଣ କରୁଥିବା ସୂଚନା ମିଳିଛି । ଭାରତ ପ୍ରତିରକ୍ଷା ବିଭାଗ ଏହା ପ୍ରତିବଦଳରେ ହୋତାନ ଏୟାରବେସ ସମେତ ଜିଞ୍ଜିୟାଙ୍ଗ ଓ ତିବ୍‌ବତ ଅଞ୍ଚଳର ଗର ସୁନସାଳକସଙ୍ଗର, ହୋପିଙ୍ଗ,ଜୋଙ୍ଗ ଆଦି ଏୟାର ବେସରେ ବି ଭାରତ ପକ୍ଷରୁ ଏଇଏସି ନିକଟରୁ ୩୦ଏମ୍‌କେଆଇ, ମିଗ୍‌- ୨୯, ମିରେଜ-୨୦୦୦ ଆଦି ମୁତୟନ କରିଛି । ଗତକାଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏଲଏସିର ସ୍ଥିତି ସମୀକ୍ଷା କରିଥିବାବେଳେ, ହିମାଞ୍ଚଳ ପ୍ରଦେଶ,ଉତ୍ତରାଖଣ୍ଡର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

Get real time updates directly on you device, subscribe now.