fbpx

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଓଡିଶା ଭାସ୍କର; ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ତଥା ହନିଟ୍ରାପ କ୍ୱିନ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ହାଇକୋର୍ଟ । ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖଗେଶ୍ୱରଙ୍କ ନିୟମିତ ଜାମିନ ଆବେଦନର ଅଗଷ୍ଟ ୯ରେ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଥିଲେ । ତେବେ ଶେଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଇଡି ପକ୍ଷରୁ ରୁଜ୍ଜୁ ହୋଇଥିବା ଏହି ମାମଲାରେ ଆବଶ୍ୟକ ସର୍ତ୍ତ ପୂରଣ ପରେ ଅଭିଯୁକ୍ତ ଖଗେଶ୍ୱରଙ୍କୁ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଥାଉକି, ଲେଡି ବ୍ଲାକମେଲର ତଥା ହନିଟ୍ରାପ କ୍ୱିନ ଅର୍ଚ୍ଚନା ନାଗର ମୁଖ୍ୟ ସହଯୋଗୀ ଭାବେ ଖଗେଶ୍ୱର ପାତ୍ରର ଚେହେରା ପଦାକୁ ଆସିଥିଲା । ବ୍ଲାକମେଲର ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ଭିତରେ ବିଭିନ୍ନ ସମୟରେ ଟଙ୍କା ନେଣଦେଣ ହୋଇଥିଲା । ଏପରିକି ପ୍ରତିଟି ଟ୍ରାଞ୍ଜାକସନ ଲକ୍ଷାଧିକ ଟଙ୍କାର ରହିଥିଲା ବୋଲି ଇଡି ହାତରେ ତଥ୍ୟ ଲାଗିଥିଲା । ଏହା ପରେ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା ଇଡି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ଖଗେଶ୍ୱର ଓଗାଳିଥିଲା ବିସ୍ଫୋରକ ତଥ୍ୟ । ଖଗେଶ୍ୱର ୨୦୧୭ ମସିହାରୁ ୨୦୨୨ ପର୍ୟ୍ୟନ୍ତ ହୋଇଥିବା ଆର୍ଥିକ ନେଣଦେଣ ବାବଦରେ ଗୋଟି ଗୋଟି କରି ତଦନ୍ତକାରୀ ଅଫିସରଙ୍କ ଆଗରେ କହିଥିଲା । ପରବର୍ତ୍ତୀ ସମୟରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରଙ୍କ ସହିତ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ସ୍ୱତନ୍ତ୍ର ଅଦାଲତରେ ଇଡି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଭିରାମ ପାତ୍ର ଏହି ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.