ଜଳେଶ୍ୱର: ଜଳେଶ୍ୱରରେ ମହିଳା ଥାନା ଆଇଆଇସିଙ୍କ ଉପରେ ଆକ୍ରମଣ । ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ଆକ୍ରମଣ ପଛରେ ନିଶା ମାଫିଆଙ୍କ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି ।
ସୂଚନାରୁ ପ୍ରକାଶ ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ଚମ୍ପାବତି ସୋରେନ୍ କର୍ମଚାରୀଙ୍କ ସହ ରାତି ପାଟ୍ରୋଲିଂରେ ବାହାରିଥିଲେ । ସୀମାନ୍ତ ଉଦୟପୁର ଗାଁକୁ ଯିବା ବେଳେ ରାସ୍ତାକଡ଼ରେ ଏକ ସ୍ଥାନରେ ଜୁଆ ଖେଳ ହେଉଥିବା ଦେଖି ସେଠାରେ ଚଢ଼ାଉ କରିଥିଲେ । ଏହି ସମୟରେ ଜୁଆ ଖେଳୁଥିବା ଅସାମାଜିକ ଲୋକମାନେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିିଲେ । ଖବର ପାଇ ଜଳେଶ୍ବର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଥାନା ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଆକ୍ରମଣ ପଛରେ ଥିବା ୧୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।