fbpx

ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ ‘ପଲଟୁ ରାମ’: ଜାଣନ୍ତୁ ଏପରି କହିବାର ତାତ୍ପର୍ଯ୍ୟ

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ରାଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବାଣ ମାରିଛନ୍ତି । ସେ କହିଛନ୍ତି ଯେ, ନୀତିଶଙ୍କ ସହିତ କୌଣସି ବୁଝାମଣା କରାଯିବାର ସମ୍ଭାବନା ନାହିଁ । ସେ ବିଶ୍ୱାସନୀୟ ବ୍ୟକ୍ତି ନୁହନ୍ତି । ଏହି ଅବସରରେ ଲାଲୁ ନୀତିଶଙ୍କୁ ‘ପଲଟୁ ରାମ’ ଆଖ୍ୟା ଦେଇଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଲାଲୁ ପାଟନା ଫେରିବା ପରେ ଆଗାମୀ ଉପନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ହେଉଛନ୍ତି । ତେବେ ସେ ରାଜ୍ୟରେ ପାଦ ଦେଉ ଦେଉ ନୀତିଶଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଲାଲୁ କହିଥିଲେ ଯେ, ୧୫ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନୀତିଶ ରାଜ୍ୟବାସୀଙ୍କ ପାଇଁ କିଛି କରିନାହାନ୍ତି । ସେ କାହାର ବିଶ୍ୱାସଭାଜନ ହୋଇପାରିବେ ନାହିଁ । ତେଣୁ ମୁଁ ତାଙ୍କର ନାମ ରଖିଛି ‘ପଲଟୁ ରାମ’ । ସେ ନିଜେ ଅନୁପସ୍ଥିତ ଥିଲେ ହେଁ ତାଙ୍କର ପୁତ୍ର ତେଜସ୍ୱୀ ଦଳକୁ ସମ୍ଭାଳିଛନ୍ତି । ଏପରିକି ତେଜସ୍ୱୀ ରାଜ୍ୟରେ ସରକାର ଗଠନ କରିବା ସ୍ଥିତିରେ ଥିଲେ ହେଁ ନୀତିଶ ବେଇମାନୀ କରି କ୍ଷମତା ହାତେଇଥିବା ଲାଲୁ କହିଥିଲେ । ୨୦୧୫ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଲାଲୁ କୌଣସି ଏକ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି । ୨୦୧୯ ଲୋକସଭା ଓ ୨୦୨୦ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ ଚାଲିଯାଇଥିଲେ । ଫଳରେ ପରବର୍ତ୍ତୀ ସମୟରେ ହୋଇଥିବା ସମସ୍ତ ନିର୍ବାଚନରୁ ସେ ବିରତ ରହିବାକୁ ବାଧ୍ୟ ହୋଇଥିଲେ ।

Get real time updates directly on you device, subscribe now.