ଲତା ମଙ୍ଗେସରକଙ୍କ ସହ ୧୨ ବର୍ଷ କଥା ହୋଇ ନ ଥିଲେ ଭଉଣୀ ଆଶା ଭୋସଲେ, କାରଣ ଜାଣି ଆପଣବି ପଡ଼ିଯିବେ ଚିନ୍ତାରେ!

ଲତା ଭଉଣୀ ଆଶାଙ୍କୁ ଗୀତ ଶିଖାଇଥିଲେ । ଲତା ଚାହୁଁ ନଥିଲେ ଆଶା ନିଜ କ୍ୟାରିୟରରେ ଆଗକୁ ବଢ଼ନ୍ତୁ । ଆଶା ଓ ଲତା ପରସ୍ପର ନିଜ ଲୋକପ୍ରିୟତାକୁ ନେଇ ଅସହିଷ୍ଣୁ ଥିଲେ ।

ମୁମ୍ବାଇ: ବଲିଉଡର ବେଶ୍ ଚର୍ଚ୍ଚିତ ଗାୟିକା ଭାବେ ସୁନାମ ଅର୍ଜନ କରିଥିବା ଲତା ମଙ୍ଗେସକରଙ୍କ ନାଁ ସର୍ବପ୍ରଥମେ ଆସିଥାଏ । ଲତାଙ୍କ ଭଉଣୀ ଆଶା ମଧ୍ୟ ଏଣ୍ଟରନେଟମେଣ୍ଟ ଇଣ୍ଡଷ୍ଟ୍ରୀର ବେଶ୍ ନାମକରା କଣ୍ଠଶିଳ୍ପୀ ଭାବେ ଜଣାଯାଆନ୍ତି ।

ଦୁଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିଲା । କିନ୍ତୁ ସବୁ ଭାଇ ଭଉଣୀ ଭଳି ସେମାନଙ୍କ ଭିତରେ ମୁହଁ ଫୁଲାଫୁଲି ହୋଇଥିଲା । ଯାହାପାଇଁ ୨ ଭଉଣୀ ୧୨ ବର୍ଷ କାଳ କଥା ହୋଇ ନ ଥିଲେ ପରସ୍ପର ସହିତ ।
୧୯୩୩ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେସକର ତାଙ୍କ ବାପାଙ୍କ ଠାରୁ ଶୀତ ଶୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଲତା ଭଉଣୀ ଆଶାଙ୍କୁ ଗୀତ ଶିଖାଇଥିଲେ ।

ଲତା ଥିଲେ ଆଶାଙ୍କ ଗୁରୁ

ଏମିତିବି ସମୟ ଆସିଥିଲା ଯେଉଁଥିରେ ଲତା ଓ ଆଶାଙ୍କ ଦବଦବା ପୂରା ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ରହିଥିଲା । ଦୁଇ ଭଉଣୀ ବେଶ୍ ହିଟ୍ ଓ ହୃଦୟସ୍ପର୍ଶୀ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି ।

ଦୁଇ ଭଉଣୀଙ୍କ ସମ୍ପର୍କକୁ ନେଇ ବର୍ତ୍ତମାନ ଏକ ରୋଚକ କଥା ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଉଛି ଯେ, ଆଶା ଓ ଲତା ପରସ୍ପର ନିଜ ଲୋକପ୍ରିୟତାକୁ ନେଇ ଅସହିଷ୍ଣୁ ଥିଲେ । ଲତା ଚାହୁଁ ନଥିଲେ ଆଶା ନିଜ କ୍ୟାରିୟରରେ ଆଗକୁ ବଢ଼ନ୍ତୁ ।

ଏକଥା ଯେତେବେଳେ ବହୁଳମାତ୍ରାରେ ଚର୍ଚ୍ଚା ହେବାକୁ ଲାଗିଲା ସେତେବେଳେ ଲତା ମଙ୍ଗେସକର ଏ ସମ୍ପର୍କରେ ମୁହଁ ଖୋଲି କହିଥିଲେ ଯେ, ଦୁଇ ଭଉଣୀ କଥା ନ ହେବାର ପ୍ରକୃତ ସତ କଥା ହେଲା ବିବାହ ।

ନିଜ ଇଚ୍ଛାରେ ବିବାହ

ଆଶା ୧୬ ବର୍ଷ ବୟସରେ ଯାହାଙ୍କୁ ବିବାହ କରିଥିଲେ, ସେ ପୂର୍ବରୁ ବିବାହିତ ଥିଲେ; ଯାହା ଲତାଙ୍କୁ ଆଦୌ ପସନ୍ଦ ଆସି ନ ଥିଲା । ଏହାପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ଘରର ଦାୟିତ୍ୱ ଲତାଙ୍କ କାନ୍ଧରେ ଥିଲା, ସେ ଚାହୁଁଥିଲେ ଭାଇ-ଭଉଣୀ ଭଲ ବାଟରେ ଯାଆନ୍ତୁ ।

କିନ୍ତୁ କିଛି ବର୍ଷ ବିବାହ ବନ୍ଧନରେ ରହିବା ପରେ ଆଶା ନିଜ ଭୁଲ ବୁଝିପାରି ଲତାଙ୍କ ପାଖକୁ ଫେରି ଆସିଥିଲେ । ଯାହାପରେ ଦୁଇ ଭଉଣୀ ପୁଣିଥରେ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲେ ।

ଦ୍ୱିତୀୟ ବିବାହ

ଆଜି ହେଉଛି ଆଶାଙ୍କର ୯୨ତମ ଜନ୍ମ ଦିନ । ୧୯୬୦ରେ ଆଶା ଗଣବତରାଓଙ୍କଠାରୁ ବିବାହ ଭାଙ୍ଗି ଦେଇଥିଲେ । ୧୯୮୦ରେ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ । ୧୯୯୪ରେ ଯେତେବେଳେ ବରମନଙ୍କ ପରଲୋକ ଘଟିଲା, ଆଶ ତାଙ୍କର ସେବା କରୁଥିଲେ ।