fbpx

ଆରପାରିରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ… ସୁପରଷ୍ଟାରଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ଭାଇରାଲ

Advertisement

ଓଡ଼ିଶା ଭାସ୍କର: ବଲିଉଡ ସିନେମାର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମିଥୁନଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଶୋକର ବାର୍ତ୍ତା ମଧ୍ୟ ପଠାଇଛନ୍ତି ପ୍ରଶଂସକ । ତେବେ ମିଥୁନଙ୍କୁ ନେଇ ଭାଇରାଲ ହେଉଥିବା ଏହି ଖବର ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ଜଣାପଡ଼ିଛି । ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କ ନାମେର ଏଭଳି ଗୁଜବ ଭାଇରାଲ କରାଯାଉଛି ।

ସୂଚନା ଅନୁସାରେ, ଫେବୃଆରୀ ୧୦ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ଦିନ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ତେବେ ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ, ମିଥୁନ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଦାର ଆସିଛ ହୋଇଛି । ଏହାପରେ ସେ । ଗତ ସୋମବାର ଅପରାହ୍ନରେ ମିଥୁନ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ।

ତେବେ ଖାଦ୍ୟପେୟର ଯତ୍ନ ନ ନେବା ଏବଂ ଅଧିକ ଖାଇବା ଅଭ୍ୟାସ ବ୍ୟତୀତ ତାଙ୍କର ଅନ୍ୟ କୌଣସି କରାପ ଅଭ୍ୟାସ ନଥିଲା ବୋଲି କହିଛନ୍ତି ବଲିଉଡର ‘ଡିସ୍କୋ ଡାନ୍ସର’ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଫୋନ୍ କରି ଗାଳି କରିଥିବା ସେ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଘରେ ରହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ମୃତ୍ୟୁ ଖବର ସମ୍ପୂ୍ଣର୍ଣ ମିଛି ଏବଂ ଗୁଜବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.