ଚିକେନ୍ ଫ୍ଲେର୍ଭର ଟୁଥପେଷ୍ଟ ପାଇଁ ଲୋକ ପାଗଳ, ୨ଦିନରେ ସରିଗଲା ମାଲ୍
ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ଏକ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ
ନୂଆଦିଲ୍ଲୀ: ଆମେରିକୀୟ ଫାଷ୍ଟଫୁଡ୍ ରେଷ୍ଟୁରାଣ୍ଟ ଚେନ୍ କେଏଫସି ଏକ ସ୍ୱତନ୍ତ୍ର ଟୁଥପେଷ୍ଟ ଲଞ୍ଚ କରିଛି । ଯାହାକୁ ଲୋକମାନେ ଏତେ ପସନ୍ଦ କରିଛନ୍ତି ଯେ ଏହାର ସମସ୍ତ ପ୍ରଡକ୍ଟ ମାତ୍ର ୪୮ ଘଣ୍ଟାରେ ବିକ୍ରି ହୋଇଛି ।
କମ୍ପାନୀ ଦାବି କରୁଛି ଯେ ଏହାକୁ କିଛି ଜଡ଼ିବୁଟି ଏବଂ ମସଲା ସାହାଯ୍ୟରେ ତିଆରି କରାଯାଇଛି । ଲୋକମାନେ ଏହାର ବିଶେଷ ସ୍ୱାଦକୁ ବହୁତ ପସନ୍ଦ କରୁଛନ୍ତି, କାରଣ ଏହାକୁ ବଜାରରେ ଲଞ୍ଚ କରିବାର ମାତ୍ର ୨ ଦିନ ମଧ୍ୟରେ ସମସ୍ତ ପ୍ରଡକ୍ଟ ବିକ୍ରି ହୋଇଯାଇଛିା ।
କେଏଫସିର ଏହି ଟୁଥପେଷ୍ଟକୁ ଅଷ୍ଟ୍ରେଲିୟ ଓରାଲ କେୟାର କମ୍ପାନୀ ହିସମାଇଲ ସହିତ ମିଶି ତିଆରି କରାଯାଇଛି ଏହି ପ୍ରଡକ୍ଟ ।ଏପରିକି କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି ଟୁଥପେଷ୍ଟରେ ଫ୍ରାଏଡ଼ ଚିକେନ୍ ର ସ୍ୱାଦ ଅଛି । ଏହାକୁ ୧୧ଟି ଖାସ୍ ମସଲାର ମିଶ୍ରଣରେ ତିଆରି କରାଯାଇଛି । ଯାହା ଗ୍ରାହାକଙ୍କୁ ଫ୍ରାଏଡ ଚିକେନ୍ ସ୍ୱାଦ ଦେବ ।
ଏହା ସହ କମ୍ପାନୀ ଦାବି ରଖିଛି ଯେ ଏହି ପେଷ୍ଟକୁ ତିଆରି କରିବାରେ କୌଣସି ନନଭେଜ ଜିନିଷ ବ୍ୟବହାର କରାଯାଇ ନାହିଁ । ଏହି ଟୁଥପେଷ୍ଟକୁ କେବଳ ଅଷ୍ଟ୍ରେଲିଆର କମ୍ପାନୀ ହିସ୍ମାଇଲ ଅଫିସିଆଲ ୱେବସାଇଟରୁ ମଧ୍ୟ ଗ୍ରାହକ କିଣିପାରିବେ ।
କେଏଫସି ପ୍ରଡକ୍ଟ ଲଞ୍ଚ ହେବା ପରେ ସ୍ୱାଦ ପୁରା ଅଲଗା ପ୍ରକାର । ଏହି ଟୁଥ୍ ପେଷ୍ଟକୁ ମୁହଁରେ ରଖିବା ପରେ ଅନୁଭବ ହେବ ଯେପରି କେଏଫସିର ଚିକେନ୍ ଖାଉଛନ୍ତି ।
କମ୍ପାନୀ ପ୍ରତିଶ୍ରୁତି ମୁତାବକ୍ ପେଷ୍ଟର ସ୍ୱାଦ ଏତେ ଭଲ ଯେ ୪୮ ଘଣ୍ଟାରେ ମାଲ୍ ସବୁ ବିକ୍ରି ହୋଇଯାଇଥିଲା । କେଏଫସି ଏହି ଟୁଥପେଷ୍ଟର ଦାମ୍ ୧୩ ଡଲାର ଅର୍ଥାତ ୧୧୧୩ ଟଙ୍କା ରଖିଛି ।