fbpx

ଲତାଙ୍କ ବାୟୋପିକ୍ ନିର୍ମାଣ ନେଇ ଆଗକୁ ଆସିଲେ ବଲିଉଡର ୩ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଗଲାଣି । ମାତ୍ର ଏବେ ବି ତାଙ୍କର ଶୁଭେଚ୍ଛୁମାନେ ତାଙ୍କୁ ଝୁରୁଛନ୍ତି । ତେବେ ଏହି କିମ୍ବଦନ୍ତୀ ଗାୟିକାଙ୍କ ସ୍ୱର, ଗୀତ ସହିତ ତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍ । ଏଥିସହ ମହାରାଷ୍ଟ୍ର ସରକାର ଲତାଙ୍କ ସ୍ମରଣାର୍ଥେ ଏକ ସଙ୍ଗୀତ ଏକାଡେମୀ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଲତାଙ୍କ ସ୍ମୃତିରେ ଏକ ମ୍ୟୁଜିୟମ୍ ମଧ୍ୟ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି ।

ତେବେ ଲତାଙ୍କ ବାୟୋପିକ୍ ପ୍ରସ୍ତୁତ କରିବା ନେଇ ବଲିଉଡର ତିନିଜଣ ଆଗଧାଡ଼ିର ନିର୍ଦ୍ଦେଶକ ଆଗକୁ ଆସିଛନ୍ତି । ଆନନ୍ଦ ଏଲ୍ ରାୟ, ରାକେଶ ଓମପ୍ରକାଶ ମେହେରା ଓ ସଞ୍ଜୟ ଲୀଲା ଭଂସାଲୀ ଏହି ଦୌଡ଼ରେ ରହିଛନ୍ତି । ଭଂସାଲି ବିଗତ ଏକ ଦଶନ୍ଧି ଧରି ଲତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବା ନେଇ ପ୍ରୟାସ କରିଆସିଛନ୍ତି । ତେବେ ଏହି ବାୟୋପିକ୍ ନିର୍ମାଣ ନେଇ ଲତାଙ୍କ ପରିବାରବର୍ଗ ସମ୍ମତି ପ୍ରକାଶ କରିବେ କି ନାହିଁ ତାହା ଜଣାପଡ଼ିନାହିଁ । ନିକଟରେ ମଧ୍ୟପ୍ରଦେଶ ସରକାର ଲତାଙ୍କ ଜନ୍ମସ୍ଥାନ ଇନ୍ଦୋରରେ ଏକ ସଙ୍ଗୀତ ଏକାଡେମୀ ଓ ମ୍ୟୁଜିୟମ୍ ସ୍ଥାପନ କରିବାକୁ ଘୋଷଣା କରିଥିଲେ । ଏଥିସହ ଇନ୍ଦୋରରେ ଏକ ସ୍ମାରକୀ ସ୍ଥାପନ କରାଯିବା ସହ ତାଙ୍କ ନାମରେ ରାଜ୍ୟ ପୁରସ୍କାର ନାମିତ କରି କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଶୁଣାଯାଉଛି ।

Get real time updates directly on you device, subscribe now.