fbpx

Gulam Vs Manish: ଏ କି ହାସ୍ୟାସ୍ପଦ କଥା;କିଛି ଏପରି କହି ଗୁଲାମଙ୍କୁ କଟାକ୍ଷ କଲେ ମନୀଷ

Advertisement

 ନୂଆଦିଲ୍ଲୀ :ରାଗରେ ତମତମ ମନୀଷ । ପ୍ରତି ଉତ୍ତରରେ କହିଲେ ଆମେ ଭଡାଟିଆ ନୁହେଁ କାର୍ଯ୍ୟକର୍ତ୍ତା ଅଟୁ । ଗତକାଲି ଗୁଲାମ ନବୀ ଆଜାଦ କଂଗ୍ରେସ ଦଳ ଛାଡିବା ପରେ ରାହୁଲଙ୍କୁ ଟାର୍ଗେଟ କରିଥିଲେ । ଏହା ସହିତ ସେ କହିଥିଲେ ରାହୁଲଙ୍କ ପିଲାଲିଆମୀ ପାଇଁ କଂଗ୍ରେସ ଆଜି ଏହି ଭଳି ସ୍ଥିତିରେ ପହଞ୍ଚି ଯାଇଛି । ଏହା ସହିତ ସେ ଆହୁରୀ ମଧ୍ୟ କହିଛନ୍ତି କଂଗ୍ରେସରେ ଏବେ କଣ ହେବ ତାହାକୁ ଏବେ ରାହୁଲଙ୍କର ଚପରାଶୀ ଆଉ ବଡିଗାର୍ଡ ସ୍ଥିର କରୁଛନ୍ତି । ଯେଉଁ ମାନେ ବାସ୍ତବରେ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ଅଣଦେଖା କରାଯାଉଛି ।

ତେବେ ଗୁଲାମଙ୍କ ଏହି କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି ସାଂସଦ ମନୀଷ ତିୱରୀ । ସେ କହିଛନ୍ତି ଚପରାଶୀ ବୋଲି କାହାକୁ କହୁଛନ୍ତିି । ମୁଁ କଂଗ୍ରେସ ଦଳରେ ପ୍ରାୟ ୪୨ ବର୍ଷ ହେବ କାର୍ଯ୍ୟ କରୁଛି । ମୋତେ କାହାକୁ ଏଥିପାଇଁ ସାର୍ଟିଫିକେଟ ଦେଖେଇବାକୁ ପଡିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।କଂଗ୍ରେସ ସାଂସଦ ମନୀଷ ତିୱାରୀ ଶନିବାର କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ୫ ପୃଷ୍ଠାର ଚିଠିର ଗୁଣ ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କ ଉପରେ ସମାଲୋଚନା କରିଥିଲେ। ଏହା ସହିତ ସେ କହିଛନ୍ତି ଏହା ‘ହାସ୍ୟାସ୍ପଦ’ କଥା ।

ଆମେ ବର୍ତ୍ତମାନ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଅଛୁ। ଯାହା ଘଟିଛି ଦୁଃଖଦାୟକ, ଦୁର୍ଭାଗ୍ୟଜନକ।ମୁଁ ଶ୍ରୀ ଆଜାଦଙ୍କ ଚିଠିର ଗୁଣବତ୍ତା ଭିତରକୁ ଯିବାକୁ ଚାହୁଁ ନାହିଁ। ସେ ଚିଠିର ପ୍ରସଙ୍ଗ କାହିଁକି କିମ୍ବା କ’ଣ ତାହା ସେ ବୁଝି ଥିବେ । ଚିଠିଟି ନିଜ ପାଇଁ କହିଥାଏ। କିନ୍ତୁ ଏହା ନିଜର କଥା କହିବା ପାଇଁ ଯଥେଷ୍ଟ। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଆମକୁ କୌଣସି ସାର୍ଟିଫିକେଟ୍ ଦରକାର ନାହିଁ । ଆମେ ଏହି ଅନୁଷ୍ଠାନର ଭିକାରୀ ନୁହଁ, ଆମେ ସହଯୋଗୀ ଅଟୁ ।

Get real time updates directly on you device, subscribe now.