fbpx

ଇସ୍ରୋ ପକ୍ଷରୁ ଚଝଖଠ ଉ-୫୬ ରକେଟ୍‍ରେ ୭ଟି ସିଙ୍ଗାପୁର ଉପଗ୍ରହର ସଫଳ ଉତ୍‍କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ-ଇସ୍ରୋ ଆଜି ସକାଳ ସାଢ଼େ ୬ ଟାରେ ଶ୍ରୀହରୀକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୭ଟି ସାଟେଲାଇଟ୍‍ର ଏକାସଙ୍ଗେ ଉତ୍‍କ୍ଷେପଣ କରାଯାଇଛି । ପ୍ରଥମ ଲଞ୍ଚ ପ୍ୟାଡ୍‍ରୁ PSLV-C56 ରକେଟ୍‍ରେ ସିଙ୍ଗାପୁରର ଊଝ-ଝଇଜ ଉପଗ୍ରହ ଏବଂ ୬ଟି କୋ-ପାସେଞ୍ଜର ପେ-ଲୋଡ୍‍ ସଫଳତାର ସହ ମହାକାଶକୁ ପଠାଯାଇଛି । ଏହି ଉପଗ୍ରହଗୁଡ଼ିକ ସାହାଯ୍ୟରେ ପୃଥିବୀର ବିଭିନ୍ନ ଅଂଚଳର ଚିତ୍ର ଉତ୍ତୋଳନ କରାଯାଇପାରିବ । ଏହି ଉପଗ୍ରହଗୁଡ଼ିକର ସଫଳତାର ସହ ଉତ୍‍କ୍ଷେପଣ ହୋଇଥିବାରୁ ଇସ୍ରୋ ଅଧ୍ୟକ୍ଷ ଏସ୍‍. ସୋମନାଥ ଏଥିରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.