fbpx

ଲଞ୍ଚ ହେଲା Lava Agni 5G: ଜାଣନ୍ତୁ କ’ଣ ରିହିଛି ଦାମ୍ ଏବଂ ଫିଚର୍ସ

Lava Agni 5G ମଙ୍ଗଳବାର ଭାରତରେ ଲଞ୍ଚ ହୋଇଛି । ଏହା କମ୍ପାନୀ ତରଫରୁ ଦେଶରେ ପ୍ରଥମ ୫ଜି ଫୋନ ହେବାକୁ ଯାଉଛି । ଏହି ସ୍ମାର୍ଟଫୋନରେ ମଧ୍ୟ ରହିଛି ଦମଦାର ପ୍ରୋସେସର, ଅଧିକ ବ୍ୟାଟେରୀ ଭଳି ଅନେକ ଫିଚର୍ସ ।

ଏମିତି ରହିଛି ଲାଭା ଅଗ୍ନିର ସ୍ପେସିଫିକେଶନ:

ଡୁଆଲ ସିମ୍ ସପୋର୍ଟ ସହ ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୧ ଦ୍ୱାରା ପରିଚାଳିତ ଏବଂ ଏଥିରେ ୯୦ ହର୍ଜର ରିଫ୍ରେଶ ରେଟ ସହ ୬.୭୮ ଇଞ୍ଚର ଫୁଲ ଏଚଡି+ ଡିସପ୍ଲେ ଦିଆଯାଇଛି । ଏହି ଫୋନରେ ୮ଜିବି ରାମ ସହ ଅକ୍ଟା କୋର ମିଡିଆଟେକ ଡିମେନସିଟି ୮୧୦ ପ୍ରୋସେସର ରହିଛି । ଫୋଟୋଗ୍ରାଫୀ ପାଇଁ ଫୋନରେ ୬୪ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୫ ମେଗାପିକ୍ସଲର ୱାଇଡ-ଆଙ୍ଗେଲ କ୍ୟାମେରା, ୨ ମେଗା ପିକ୍ସଲର ଡେପଥ୍ ସେନ୍ସର ଏବଂ ୨ ମେଗାପିକ୍ସଲର ମାକ୍ରୋ କ୍ୟାମେରା ଦିଆଯାଇଛି । ଏହ ସହ ଏଥିରେ ଅନେକ କ୍ୟାମେରା ମୋଡ୍ ମଧ୍ୟ ରହିଛି । ସେଲ୍ଫୀ ପାଇଁ ଫୋନରେ ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ପାଇଁ ଏଥିରେ ୫ଜି, ୪ଜି, ୱାଇ ଫାଇ, ବ୍ଲୁଟୁଥ୍, ଜିପିଏସ/ଏ-ଜିପିଏସ ଏବଂ ୟୁଏସବି ଟାଇପ-ସି ପୋର୍ଟର ସପୋର୍ଟ ରିହିଛି । ସ୍ମାର୍ଟଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏହାର ବ୍ୟାଟେରୀ ୫୦୦୦ ଏମଏଏଚ ବ୍ୟାଟେରୀ ରହିଛି ଏବଂ ଏହା ୩୦ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

Lava Agni 5G ର ସିଙ୍ଗିଲ ଭାରିଏଣ୍ଟ ୮ଜିବି +୧୨୮ ଜିବି ର ଦାମ ୧୯,୯୯୯ ଟଙ୍କା ରଖ।।ଯାଇଛି । ଏହାର ବିକ୍ରି ଆମାଜନ, ଫ୍ଲିପକାର୍ଟ ଏବଂ ଅଫଲାଇନ ମାଧ୍ୟମରେ ୧୮ ନଭେମ୍ବର ଠାରୁ ଆରମ୍ଭ ହେବ । ଏହାର ପ୍ରି ବୁକିଂ ଆମାଜନ ଏବଂ ଲାଭା ଇ-ଷ୍ଟୋରରେ ଆଜିଠାରୁ ଆରମ୍ଭ ହେଉଛି । ପ୍ରି ବୁକିଂ କରିବା ପାଇଁ ୫୦୦ ଟଙ୍କା ଆଡଭାନ୍ସ ଦେବାକୁ ହେବ ଏବଂ ସେମାନଙ୍କୁ  ୨୦୦୦ ଟଙ୍କା ଡିସ୍କାଉଣ୍ଟ ମଧ୍ୟ ମିଳିବ । ଲାଭା ଅଗ୍ନି ୫ଜିର ମୁକାବିଲା ଦେଶରେ ରିୟଲ ମି ୮ଏସ ୫ଜି ମୋଟୋ ଜି ୫ଜି ଏବଂ ସାମସଙ୍ଗ ଏମ୩୨ ୫ଜି ଭଳି ସ୍ମାର୍ଟଫୋନ ସହ ହେବାକୁ ଯାଉଛି ।

Get real time updates directly on you device, subscribe now.