Breaking: ମୋ ବସ୍ ପରେ ଲକ୍ଷ୍ମୀ ବସ୍ ସାଜିଲା ଯମ, ଦୁର୍ଘଟଣାରେ ଛାତ୍ର ମୃତ

ବ୍ରହ୍ମପୁର: ମୋ ବସ୍ ପରେ ଏବେ ଲଷ୍ମୀ ବସ୍ ନେଲା ଲୋକଙ୍କ ପ୍ରାଣ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁତର ଯୁବକ ।

ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗଉଞ୍ଜୁ-ଆରୁଆପଲ୍ଲୀ ରାସ୍ତାରେ ଛାତ୍ରଙ୍କ ସହ ଧକ୍କା ହୋଇଥିଲା ଲକ୍ଷ୍ମୀ ବସ୍ ।

ମୃତ ଯୁବକ ଜଣଙ୍କ ସ୍ଥାନୀୟ ଘରୋଇ କଲେଜରେ ପାଠ ପଢ଼ୁଥିଲେ ।

ପୂର୍ବରୁ ମୋ ବସ୍ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ଅମାନିଆ ଭାବେ ମୋ ବସ୍ ଡ୍ରାଇଭର ରାସ୍ତାରେ ଗାଡ଼ି ଚଲାଇବା ଯୋଗୁଁ ଏ ଅଘଟଣ ଘଟୁଥିଲା । ସରକାରଙ୍କ ପକ୍ଷରୁ ଏବେ ସେମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି ।