fbpx

‘ଆଦିପୁରୁଷ’କୁ ନେଇ ଛାଡୁନି ବିବାଦ: ସିନେମାକୁ ନେଇ ଲିଗାଲ ନୋଟିସ ଜାରି

ଭୁବନେଶ୍ୱର: ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ ହେବା ଦିନରୁ ହିଁ ବିବାଦ ଘେରରେ ଛନ୍ଦି ହୋଇ ରହିଛି । ଲଗାତାର ଏହି ସିନେମାର ବିଭିନ୍ନ ଚରିତ୍ର ଏବଂ ସଂଳାପକୁ ନେଇ ଆଲୋଚନା ହେବାରେ ଲାଗିଛି । ବର୍ତ୍ତମାନ ଏହି ବିବାଦ ପ୍ରସଙ୍ଗରେ ଆଉ ଏକ ସମସ୍ୟା ଘେରକୁ ଟାଣି ହୋଇ ଯାଇଛି ‘ଆଦିପୁରୁଷ’ । ଏହି ଚଳଚ୍ଚିତ୍ରକୁ ନେଇ ଜାରି ହୋଇଛି ଲିଗାଲ ନୋଟିସ । ଓଡିଶା ହାଇକୋର୍ଟର ଆଇନଜୀବୀଙ୍କ ତରପରୁ ଏହି ନୋଟିସ ଜାରି କରାଯାଇଛି । ସିନେମା ହଲକୁ ଏହି ଚଳଚ୍ଚିତ୍ର ଆସିବା ପୂର୍ବରୁ ଏହାର କଣ୍ଟେଣ୍ଟ ଉପରେ ଯାଞ୍ଚ କରିବା ଆବଶ୍ୟକ ଥିଲା ବୋଲି ଆଇନଜୀବୀ ଯୁକ୍ତି ବାଢିଛନ୍ତି । ତେଣୁ ‘ରାମାୟଣ’ ଏବଂ ‘ମହାଭାରତ’ ରିଲିଜ ହେବା ପୂର୍ବରୁ ଏହାର ଯାଞ୍ଚ କରିବାକୁ ଏଥିରେ ଦାବି କରାଯାଇଛି ।

Get real time updates directly on you device, subscribe now.