fbpx

ଜେଲ୍ ର ଅନ୍ତେବାସୀଙ୍କ ଖାଇବା ଖର୍ଚ୍ଚରେ ହେର୍ ଫେର୍ କରି ଜେଲର ସୁପାରିଟେଣ୍ଡେଣ୍ଟ ନିଲମ୍ବିତ

ପଞ୍ଜାବ: ଦେଶରେ ବିଭିନ୍ନ ଜିନିଷର ଦରଦାମ ଏବେ ବଢିଚାଲିଛି । ଲେମ୍ବୁର ଦାମ ମଧ୍ୟ ଆକାଶ ଛୁଆଁ ହୋଇଛି । ଯେଉଁଥିପାଇଁ ବିନା ଲେମ୍ବୁରେ ଗ୍ରାହକଙ୍କ ପାଟି ଖଟା ହୋଇଯାଇଛି । ତେବେ ଏହି ଲେମ୍ବୁ କିଣାରେ ସ୍କାମ୍ କରି ଜଣେ ପୋଲିସ ସସପେଣ୍ଡ ହୋଇଥିବା ଖବର ଆସିଛି ।

ସୂଚନା ଅନୁସାରେ ପଞ୍ଜାବର ଏକ ଜେଲରେ କଏଦୀମାନଙ୍କ ଖାଇବା ଫଣ୍ଡର ଅର୍ଥକୁ ଅପବ୍ୟବହାର କରିବା ଅଭିଯୋଗରେ ଜେଲର ଜଣେ ଅଧୀକାରୀଙ୍କୁ ନିଲମ୍ବିତ କରାଯାଇଛି । ଯେଉଁଥିରେ ୫୦ କେଜି ଲେମ୍ବୁ କିଣିବାର ନକଲି ବିଲ୍ ମଧ୍ୟ ଅନ୍ତଭୁକ୍ତ । ତେବେ ଜେଲର କଏଦୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଏଥିରୁ ଗୋଟିଏ ହେଲେ ଲେମ୍ବୁ ମିଳିନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁପାରିଟେଣ୍ଡେଣ୍ଟ ଗୁରୁନମ ଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଜେଲକୁ ଯେତେବେଳେ ଯାଞ୍ଚକାରୀ ଦଳ ପହଁଞ୍ଚିଥିଲେ, ସେତେବେଳେ ଏହି ଘଟଣା ସମ୍ନାକୁ ଆସିଥିଲା । ଖାଇବାରେ ଲେମ୍ବୁ ଦିଆ ଯାଉ ନଥିବା ନେଇ ଜେଲ ଅନ୍ତେବାସୀ ଅଭିଯୋଗ କରିଥିଲେ । ଅଧିକାରୀ ଜଣକ କେଜି ୨୦୦ ଟଙ୍କାରେ ଲେମ୍ବୁ ଆଣିଥିବା ବିଲ୍ ରେ ଦର୍ଶାଇଥିଲେ । ପଞ୍ଜାବର ଜେଲ, ଖଣି ଏବଂ ପର୍ଯ୍ୟଟନ ମନ୍ତ୍ରୀ ହରଜତ ସିଂ ବାଇନ୍ସ ଏହି ଘଟଣା ବିଷୟରେ ତଦନ୍ତ କରିବାକୁ ଆଦେଶ ଦେଇଥିଲେ । ତେବେ ତଦନ୍ତରେ ଗୁରୁନମ ଲାଲ ଏହି ଲେମ୍ବୁ ସ୍କାମ୍ କରିଥିବା ଜଣା ପଡ଼ିଥିଲା । ଏହି ଭଳି ଭାବରେ ଜେଲରେ ପନିପରିବା କିଣିବାରେ ମଧ୍ୟ ଅବହେଳା କରାଯାଉଥିବା ନେଇ ପ୍ରମାଣ ପାଛନ୍ତି ତଦନ୍ତକାରୀ ଟିମ୍ ।

Get real time updates directly on you device, subscribe now.