fbpx

Electoral Bonds:ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି ? ତେବେ ଜାଣନ୍ତୁ ଏହା କଣ, ଆଜିଠୁ ଏହାର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: କଣ ଆପଣ ନିଜ ପସନ୍ଦର ପାର୍ଟିକୁ ଚାନ୍ଦା ଦେବାକୁ ଚାହାନ୍ତି କି? ତେବେ ବ୍ୟାଙ୍କ ଯାଇ ଇଲେକ୍ଟୋରାଲ ବଣ୍ଡ କିଣି ପାରିବେ। ରାଜନୈତିକ ପାର୍ଟିଗୁଡିକୁ ଚାନ୍ଦା ଦେବା ପାଇଁ ବ୍ୟବହାର କରାଯାଉଥିବା ଇଲେକ୍ଟୋରାଲ ବା ନିର୍ବାଚନୀ ବଣ୍ଡର ୨୪ତମ କିସ୍ତି ଜାରି କରିବାକୁ ସରକାର ଅନୁମତି ଦେଇଛନ୍ତି। ଏହି ଇଲେକ୍ଟୋରାଲ ବଣ୍ଡ ଡିସେମ୍ବର ୫ରୁ ଅର୍ଥାତ ଆଜିଠୁ ବିକ୍ରି ଆରମ୍ଭ ହେବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୨୯ ଅଧିକୃତ ଶାଖାରୁ ଏହି ବଣ୍ଡ ଡିସେମ୍ବର ୧୨ ପର୍ଯ୍ୟନ୍ତ କିଣାଯାଇ ପାରିବ। ଇଲେକ୍ଟୋରାଲ ବଣ୍ଡର ୨୩ତମ କିସ୍ତି ନଭେମ୍ବର ୯ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖୋଲା ଥିଲା।

୨୦୧୮ରେ ଆରମ୍ଭ ହୋଇଥିଲା ପ୍ରଥମ ବିକ୍ରି
ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେବା ପାଇଁ ନଗଦର ବିକଳ୍ପ ଭାବେ ଇଲେକ୍ଟୋରାଲ ବଣ୍ଡର ବ୍ୟବସ୍ଥା ୨୦୧୮ରେ ଲାଗୁ କରାଯାଇଥିଲା। ଏହି ବଣ୍ଡକୁ କୌଣସି ବି ଭାରତୀୟ ନାଗରିକ କିମ୍ବା ଭାରତରେ ସ୍ଥାପିତ କମ୍ପାନି କିଣି ପାରିବେ। ଇଲେକ୍ଟୋରାଲ ବଣ୍ଡର ପ୍ରଥମ କିସ୍ତିର ବିକ୍ରି ୨୦୧୮ ମାର୍ଚ୍ଚ ୧ରୁ ୧୦ ତାରିଖ ଯାଏଁ ଚାଲିଥିଲା।

ଷ୍ଟେଟ୍ ବ୍ୟାଙ୍କରୁ କିଣି ପାରିବେ ଇଲେକ୍ଟୋରାଲ ବଣ୍ଡ
ଇଲେକ୍ଟୋରାଲ ବଣ୍ଡକୁ ଏସବିଆଇର ଲକ୍ଷ୍ନୌ, ସିମଲା, ଡେରାଡୁନ, କୋଲକାତା, ଗୌହାଟୀ, ଚେନ୍ନାଇ, ପାଟନା, ନୂଆଦିଲ୍ଲୀ, ଚଣ୍ଡିଗଡ, ଶ୍ରୀନଗର, ଗାନ୍ଧିନଗର, ଭୋପାଳ, ରାୟପୁର,  ଭୁବନେଶ୍ଵର, ମୁମ୍ବାଇ ସମେତ ୨୯ଟି ଶାଖାରୁ କିଣା ଯାଇ ପାରିବ। ଗୋଟିଏ ଇଲେକ୍ଟୋରାଲ ବଣ୍ଡର ବୈଧତା ଜାରି କରାଯିବା ତାରିଖଠୁ ୧୫ ଦିନ ପର୍ଯ୍ୟନ୍ତ ଚାଲିବ। ବୈଧତା ଅବଧି ସରିବା ପରେ ଯଦି ଅଧିକୃତ ଶାଖାରେ ବଣ୍ଡ ଜମା କରାଯାଏ ରାଜନୈତିକ ଦଳଗୁଡିକୁ କୌଣସି ଚାନ୍ଦା ବା ଅର୍ଥ ରାଶି ମିଳିବ ନାହିଁ।

କଣ ଏହି ଇଲେକ୍ଟୋରାଲ ବଣ୍ଡ
ମୋଦୀ ସରକାର ୨୦୧୮ରେ ରାଜନୈତିକ ଦଳଗୁଡିକ ତରଫରୁ ଫଣ୍ଡ ବା ଚାନ୍ଦା ସଂଗ୍ରହ ପାଇଁ ବଣ୍ଡ ଜାରି କରିଥିଲେ। ଏହାକୁ ନିର୍ବାଚନୀ ବଣ୍ଡ କୁହାଯାଏ। ସରକାର ଏହା ଭାବି ଏହାର ଆରମ୍ଭ କରିଥିଲେ ଯେ, ଏଥିରେ ରାଜନୈତିକ ଚାନ୍ଦା ବା ଫଣ୍ଡିଂରେ ପାରଦର୍ଶିତା ବଢିବ। ଆପଣ ଏହି ବଣ୍ଡ ଜରିଆରେ ନିଜ ମନ ପସନ୍ଦର ପାର୍ଟିକୁ ଚାନ୍ଦା ଦେଇ ପାରିବେ। ଯେ କୌଣସି ବ୍ୟକ୍ତି, କର୍ପୋରେଟର ଏବଂ ସଂସ୍ଥା ଏହି ବଣ୍ଡ କିଣି ପାରିବେ। ବ୍ୟାଙ୍କ ଇଲେକ୍ଟୋରାଲ ବଣ୍ଡ ସେହି ଗ୍ରାହକଙ୍କୁ ବିକିଥାନ୍ତି, ଯାହାଙ୍କ କେଓ୍ଵାଇସି ଠିକ୍ ଥିବ। ସବୁଠୁ ବଡ କଥା ବଣ୍ଡରେ ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନାମ ରହେ ନାହିଁ ଏବଂ ଏହାକୁ ଗୁପ୍ତ ରଖାଯାଏ।

Get real time updates directly on you device, subscribe now.