fbpx

କ’ଣ ହୋଇଥାଏ Z+,Z, Y ଏବଂ X କାଟାଗୋରୀର ସିକ୍ୟୁରିଟି ଏବଂ କାହାକୁ ମିଳିଥାଏ ଏହି ସୁରକ୍ଷା ?

ନୂଆଦିଲ୍ଲୀ: ଆମେ ସର୍ବଦା ସମାଚାରରେ ଶୁଣିଥାଉ ଯେ ଏହି ବ୍ୟକ୍ତିଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଲା। ଏହି ବ୍ୟକ୍ତିଙ୍କୁ ଓ୍ଵାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଗଲା। ଆଉ କାହାକୁ ଜେଡ୍ ତ ଆଉ କାହାକୁ ଏକ୍ସ ସୁରକ୍ଷା ମିଳିଲା। କଣ ହୋଇଥାଏ ଏହି ସୁରକ୍ଷା ବ୍ୟବସ୍ଥା ? ଏହା କେତେ ପ୍ରକାରର ? କେଉଁ ଆଧାରରେ କେଉଁ ବ୍ୟକ୍ତିଙ୍କୁ କେଉଁ ସୁରକ୍ଷା ଯୋଗାଇ ଦିଆଯାଏ। ଚାଲନ୍ତୁ ବିସ୍ତୃତ ଭାବେ ଏହି ବିଷୟରେ ଜାଣିବା।

ଭାରତରେ ପୋଲିସ୍ ଏବଂ ସ୍ଥାନୀୟ ସରକାର ଦ୍ଵାରା ଏହି ସବୁ ସୁରକ୍ଷା ଯୋଗାଇ ଦିଆଯାଏ। ବ୍ୟକ୍ତିଙ୍କୁ କେଉଁ ଧରଣର ବିପଦ ରହିଛି ସେହି ହିସାବରେ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯାଏ। ଦେଶରେ ଭିଆଇପି ସୁରକ୍ଷାକୁ ସାଧାରଣତଃ ଚାରି ଭାଗରେ ବିଭକ୍ତ କରାଯାଇଛି। ଏହା ହେଉଛି Z+,Z, Y ଏବଂ X ଶ୍ରେଣୀର ସୁରକ୍ଷା। ଅଦ୍ୟାବଧି ୨୩୦ ଜଣଙ୍କୁ ଏହି ସବୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଚାଲନ୍ତୁ ଗୋଟିଏ ଗୋଟିଏ କରି ସବୁ ଶ୍ରେଣୀ ବିଷୟରେ ଜାଣିବା।

୧ – Z+
ଭାରତରେ ଏହ ସର୍ବୋଚ୍ଚ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା। ଏହି ସିକ୍ୟୁରିଟିରେ ବ୍ୟକ୍ତିଙ୍କୁ ୧୦ରୁ ଅଧିକ ଏନଏସଜି କମାଣ୍ଡୋ ସହିତ ୫୫ ସୁରକ୍ଷା କର୍ମୀ ସୁରକ୍ଷା ପ୍ରଦାନ କରିଥାନ୍ତି। Z+ ସୁରକ୍ଷାରେ ପ୍ରତ୍ୟେକ କମାଣ୍ଡୋ ମାର୍ଶଲ ଆର୍ଟ ଏବଂ ବିନା ହତିଆରରେ ଯୁଦ୍ଧ କରିବାର କୌଶଳ ବିଷୟରେ ଜଣାଥାଏ। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଏବଂ ଯୋଗାଯୋଗ ଉପକରଣରେ ସୁସଜ୍ଜିତ ଏନଏସଜି କମାଣ୍ଡୋ ଦ୍ଵାରା ଜେଡ୍ ପ୍ଲସ ସୁରକ୍ଷା ଯୋଗାଇଥାନ୍ତି। ଦେଶରେ Z+ସୁରକ୍ଷା ପାଉଥିବା ଭିଆଇପି ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ସାମିଲ୍।

୨ – Z ସିକ୍ୟୁରିଟି ସୁବିଧା Z+ସିକ୍ୟୁରିଟିଠୁ କିଛି ଭିନ୍ନ ରହିଥାଏ। ଜେଡ୍ ଶ୍ରେଣୀର ସୁରକ୍ଷାରେ ୪ କିମ୍ବା ୬ ଏନଏସଜି କମାଣ୍ଡୋ ପୋଲିସ କର୍ମୀ ସହିତ ୨୨ ସୁରକ୍ଷା କର୍ମୀଙ୍କ ସୁରକ୍ଷା କବଚ ପ୍ରଦାନ କରାଯାଏ। ଏହି ସୁରକ୍ଷା ଦିଲ୍ଲୀ ପୋଲିସ କିମ୍ବା ଆଇଟିବିପି କିମ୍ଵା ସିଆରପିଏଫର ଯବାନଙ୍କ ଦ୍ଵାରା ପ୍ରଦାନ କରାଯାଏ। ଯୋଗ ଗୁରୁ ରାମଦେବଙ୍କ ସହିତ ଅନେକ ଅଭିନେତାଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଉଛି।

୩ – Y ଶ୍ରେଣୀର ସିକ୍ୟୁରିଟିରେ ଜଣେ କିମ୍ବା ଦୁଇ ଜଣ କମାଣ୍ଡୋ ସହିତ ଆଠ ପୋଲିସ କର୍ମଚାରୀଙ୍କ ସୁରକ୍ଷା କବଚ ପ୍ରଦାନ କରାଯାଏ। ଏଥିରେ ସୁରକ୍ଷା ଭାବେ ଦୁଇ ଜଣ ବ୍ୟକ୍ତି ସୁରକ୍ଷା ଅଧିକାରୀ(ପିଏସଓ) ମଧ୍ୟ ପ୍ରଦାନ କରାଯାଏ। ଭାରତରେ ଏହି ଶ୍ରେଣୀର ସୁରକ୍ଷା ପାଉଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଏହି ଶ୍ରେଣୀର ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଏବଂ ଫିଲ୍ମ ନିର୍ଦ୍ଦେଶକ ବିବେକରଞ୍ଜନ ଅଗ୍ନିହୋତ୍ରୀ ସାମିଲ୍।

୪ – X ଶ୍ରେଣୀର ସୁରକ୍ଷାରେ ୨ ସଶସ୍ତ୍ର ପୋଲିସ କର୍ମୀଙ୍କ ସୁରକ୍ଷା ପ୍ରଦାନ କରାଯାଏ। ଏହି ସୁରକ୍ଷା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଏ। ଭାରତରେ ବହୁତ ସଂଖ୍ୟାରେ ବ୍ୟକ୍ତିଙ୍କୁ ଏହି ଶ୍ରେଣୀର ସୁରକ୍ଷା ମିଳିଥାଏ।

କିଏ ଦେଇଥାଏ ଭିଆଇପିଙ୍କୁ ସୁରକ୍ଷା: ଅନେକ ଏଜେନ୍ସି ଯେମିତି ଏସପିଜି, ଏନଏସଜି, ଆଇଟିବିପି ଏବଂ ସିଆରପିଏଫ ଦେଶର ଭିଆଇପି ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଜେଡ୍ ପ୍ଲସ୍ ସୁରକ୍ଷା ଦେଶର ନାମୀ ବ୍ୟକ୍ତି ଯେମିତି ଖେଳାଳି, ନେତା କିମ୍ବା ଅଭିନେତା ଆଦିଙ୍କୁ ପ୍ରଦାନ କରାଯାଏ। ଏସପିଜି ଅନ୍ତର୍ଗତରେ ଅନେକ ଏନଏସଜି କମାଣ୍ଡୋ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି।

କେମିତି କାମ କରିଥାଏ ଏହି ସୁରକ୍ଷା:ଯଦି କୌଣସି ବ୍ୟକ୍ତିଙ୍କୁ ଜେଡ୍ ପ୍ଲସ୍ ଶ୍ରେଣୀର ସୁରକ୍ଷା ମିଳେ, ତେବେ ଏହାକୁ ପୂରା ଦେଶରେ ଲାଗୁ କରାଯାଏ। ସୁରକ୍ଷା ଏଜେନ୍ସି ଏନଏସଜି କିମ୍ବା ସିଆଇଏସଏଫକୁ ଜେଡ୍ ପ୍ଲସ ଶ୍ରେଣୀର ସୁରକ୍ଷାରେ ମୁତୟନ କରିଥାନ୍ତି। ଯଦି କୌଣସି ବ୍ୟକ୍ତି ରାଜ୍ୟ ବାହାରକୁ ଯାଆନ୍ତି ତେବେ ତାଙ୍କ ସହିତ କିଛି କମାଣ୍ଡୋ ସାଥୀରେ ଥାଆନ୍ତି। ମାତ୍ର ଏଥିପାଇଁ ଭିଆଇପିଙ୍କୁ ରାଜ୍ୟ ଗସ୍ତର ପୂର୍ବ ସୂଚନା ଦେବାକୁ ପଡିଥାଏ।

Get real time updates directly on you device, subscribe now.