LGର ପ୍ରଥମ ଷ୍ଟ୍ରେଚେବଲ୍‌ ଡିସପ୍ଲେ, 50 ପ୍ରତିଶତ ଲମ୍ବା ହୋଇପାରିବ ସ୍କ୍ରିନ

ନୂଆଦିଲ୍ଲୀ: ମାର୍କେଟକୁ ଆସିବାକୁ ଯାଉଛି ଷ୍ଟ୍ରେଚେବଲ ଡିସପ୍ଲେ । 50 ପ୍ରତିଶତ ଲମ୍ବା ହେଉଛି ସ୍କ୍ରିନ । ଦକ୍ଷିଣ କୋରିଆ ବ୍ରାଣ୍ଡ ଏଲଜି ଏହାକୁ ଲଞ୍ଚ କରିଛି । ଏହି ଟେକ୍ନୋଲୋଜି ବର୍ତ୍ତମାନ ପ୍ରୋଟୋଟାଇଟ ଷ୍ଟେଜରେ ରହିଥିବା ବେଳେ କମ୍ପାନୀର ଏହି ଟେକ୍ନୋଲୋଜିକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହାକୁ ଯେଉଁଭଳି ଚାହିଁବେ ତାକୁ ମୋଡି ହେବ । ତେବେ ଏହାକୁ ନେଇ ବର୍ତ୍ତମାନ ଅନ୍ୟ କମ୍ପାନୀମାନଙ୍କର ଚିନ୍ତା ବୃଦ୍ଧି ପାଇଛି । ଏହାପୂର୍ବରୁ 2022 ମସିହାରେ ମଧ୍ୟ ଏଭଳି ଏକ ଷ୍ଟ୍ରେଚେବଲ ଡିସପ୍ଲେର ପ୍ରୋଟୋଟାଇଟକୁ ପ୍ରଦର୍ଶିତ କରିଥିଲା କମ୍ପାନୀ ।

ତେବେ କମ୍ପାନୀର କହିବା ଅନୁସାରେ, ଡିସପ୍ଲେର ଆକାର ଯେତିକି ରହିଥିବ ତାକୁ ଅଧିକା 50 ପ୍ରତିଶତ ଯାଏଁ ଟାଣିହେବ । ଏହାର ଡିଜାଇନ ମଧ୍ୟ ସମ୍ପୁର୍ଣ୍ଣ ଭିନ୍ନ ଭଳି ଦେଖାଯାଉଛି । ତେବେ ଏହାକୁ କେବଳ ଲମ୍ବା କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ପ୍ରାଥମିକ ଭାବେ ଏହାକୁ ଟାଣି ଲମ୍ବା କରିବାର ଲିମିଟ୍ ମଧ୍ୟ ରଖାଯାଇଛି । 10 ହଜାର ଥର ଲଗାତାର ଟାଣିପାରିବେ । ତେବେ ଯେତେବେଳେ ୟୁଜର୍ସ ଏହାକୁ ଟାଣି ଲମ୍ବା କରିବେ ସେତେବେଳେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ । ଏହି ଡିସପ୍ଲେ ପତଳା ଏବଂ ହାଲୁକା ଅଟେ ।