fbpx

ପ୍ରଜନନ କ୍ଷମତା ବଢ଼ାଉଥିବା ଜିନ୍ କାରଣରୁ ଛୋଟ ହୋଇପାରେ ଜୀବନ: ନୂଆ ଅଧ୍ୟୟନରେ ଖୁଲାସା

Advertisement

ପ୍ରଜନନ କ୍ଷମତା ବଢ଼ାଉଥିବା ଜିନ୍ କାରଣରୁ ମଣିଷ ଜୀବନ ଛୋଟ ହୋଇପାରେ । ଶୁକ୍ରବାର ଦିନ ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି । ଅନୁସନ୍ଧାନକାରୀମାନେ ମାନବ ଡିଏନଏ ଡାଟା ଅଧ୍ୟୟନ କରି ଜାଣିଛନ୍ତି କି, ଶହ ଶହ ପରିବର୍ତ୍ତନରହଛି. ଯାହା ଜଣେ ଯୁବକର ପ୍ରଜନନ କ୍ଷମତାକୁ ଅଧିକ ବଢ଼ାଇପାରେ । କିନ୍ତୁ ପରେ ଜୀବନରେ ଶାରୀରିକ କ୍ଷତି ମଧ୍ୟ ବଢ଼ାଇଥାଏ ।

ଏହି ଅଧ୍ୟୟନ ଆମେରିକାର ବିକାସବାଦୀ ଜୀବବିଜ୍ଞାନୀ ଜର୍ଜ ୱିଲିୟମ୍ସଙ୍କ ୧୯୫୭ ସିଦ୍ଧାନ୍ତକୁ ସ୍ପଷ୍ଟ କରେ, ଯେଉଁଥିରେ ସେ କହିଛନ୍ତି ଯେ ଜେନେଟିକ ପରିବର୍ତ୍ତନ ଯାହା ପଶୁମାନଙ୍କର ପ୍ରଜନନ କ୍ଷମତାକୁ ବଢ଼ାଇଥାଏ ତାହା କ୍ଷତିମଧ୍ୟ ପହଞ୍ଚାଇଥାଏ । ଅନେକ ପିଢ଼଼ି ପରେ ଏହି ପରିବର୍ତ୍ତନଗୁଡିକ ଏକ ବୋଝରେ ପରିଣତ ହେବ ଏବଂ ଉର୍ବରତା ବୃଦ୍ଧି ସହିତ ସେହି ପ୍ରଜାତିର ଶୀଘ୍ର ମୃତ୍ୟୁ ଘଟିବ । ଅନେକ ଛୋଟ ଅଧ୍ୟୟନ ମଧ୍ୟ ଏହି ସିଦ୍ଧାନ୍ତକୁ ସମର୍ଥନ କରିଛନ୍ତି । କିନ୍ତୁ ମିଚିଗାନ୍ ବିଶ୍ୱବିଦ୍ୟାଳୟର ବିକାଶମୂଳକ ଜିବବିଜ୍ଞାନୀ ଜିଆନଜୀ ଝାଙ୍ଗ ଏହି ପରୀକ୍ଷଣରେ ସନ୍ତୁଷ୍ଟ ନଥିଲେ । ସେ କହିଛନ୍ତି ଯେ ଏଗୁଡିକ କେସ୍ ଷ୍ଟଡିଜ୍, ଏଥିରୁ ଆମେ ଜାଣିପାରୁ ନାହୁଁ କି ସମଗ୍ର ଜିନୋମରେ ଏପରି ଅନେକ ପରିବର୍ତ୍ତନ ଅଛି କି ନାହିଁ ।

ସନ୍ଦେହ ଦୂର କରିବା ପାଇଁ ଝାଙ୍ଗ ବ୍ରିଟେନର ବାୟୋବ୍ୟାଙ୍କରେ ଉପସ୍ଥିତ ଥିବା ପାଞ୍ଚ ଲକ୍ଷ ବ୍ରିଟିଶ ନାଗରିକଙ୍କ ଡିଏନଏ ଡାଟା ବ୍ୟବହାର କରିଥିଲେ । ସେମାନଙ୍କର ସ୍ୱାସ୍ଥ୍ୟ, ଜୀବନ ଏବଂ ପ୍ରଜନନ କ୍ଷମତା ମଧ୍ୟରେ ସମ୍ପର୍କ କ’ଣ ବୋଲି ସେମାନେ ଜାଣିବାକୁ ପାଇଥିଲେ ।

Get real time updates directly on you device, subscribe now.