fbpx

ପେନସନ୍ ପାଇଁ ଦରକାର ଲାଇଫ୍ ସାର୍ଟିଫିକେଟ୍, ଜାଣନ୍ତୁ କିପରି କରିବେ ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ଦେଶବ୍ୟାପୀ ପେନସନ୍ ଉପଭୋକ୍ତା ମାନଙ୍କୁ ପେନସନ୍ Pension Disbursing Authorities (PDAs) ଭଳି ବ୍ୟାଙ୍କ୍, ଡାକଘର ମାଧ୍ୟମରେ ମିଳିଥାଏ । ଏଥିପାଇଁ ପେନସନ୍ ଉପଭୋକ୍ତା ମାନଙ୍କୁ ସେମାନଙ୍କ ଜବୀନ ପ୍ରମାଣ ପତ୍ର ଦେବାକୁ ପଡ଼ିଥାଏ । ପ୍ରତିବର୍ଷ ଏହାର ଯାଞ୍ଚ କରାଇବା ପାଇଁ ଉପଭୋକ୍ତାଙ୍କୁ ନିଜେ ଯିବାକୁ ପଡ଼େ ନଚେତ୍ ଜୀବନ ପ୍ରମାଣ ପତ୍ର ଦେବାକୁ ପଡ଼େ । ଯଦ୍ୱାରା ଜଣାପଡ଼ିବ ଯେ, ପେନସନ୍ ଗ୍ରହଣକାରୀ ବଞ୍ଚିଛନ୍ତି ।
ତେବେ ଏହି ଜୀବନ ପ୍ରମାଣ ପତ୍ରକୁ ଅନଲାଇନ୍ ଜରିଆରେ ବାହାର କରାଯାଇପାରିବ । ପେନସନ୍ ସଫ୍ଟୱେୟାର୍ ଆପ୍ଲିକେସନ୍ କୁ ବ୍ୟବହାର କରି ଡିଜିଟାଲ୍ ଜୀବନ ପ୍ରମାଣ ପତ୍ର ତିଆରି କରାଯାଇପାରିବ । ଏହି ଉପାୟରେ ଡିଜିଟାଲ୍ ଜୀବନ ପ୍ରମାଣ ପତ୍ର ( ଡିଏଲସି) ଅନଲାଇନ୍ ରେ କଲେକ୍ଟ କରିପାରିବେ । ପେନସନଧାରୀ ଏବଂ ପିଡିଏ ପକ୍ଷରୁ ଯେତେବେଳେ ବି ଦରକାର ପଡ଼ିବ ଏହାକୁ ଆକ୍ସେସ୍ କରାଯାଇପାରିବ । ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଁ ପେନସନଭୋଗୀଙ୍କ ପାଖରେ ତାଙ୍କର ଆଧାର କାର୍ଡ ନମ୍ବର ରହିଥିବା ନିହାତି ଆବଶ୍ୟକ ।

କେମିତି କରିବେ ରେଜିଷ୍ଟର୍

୧. ଜୀବନ ପ୍ରମାଣ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନୁତନ ରେଜିଷ୍ଟର୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
୨. ଏଥିରେ ଆଧାର ନମ୍ବର, ବ୍ୟାଙ୍କ୍ ଖାତା ନମ୍ବର, ମୋବାଇଲ୍ ନମ୍ବର, ପିପିଓ ବା ପେନସନ୍ ଦେୟ ଆଦେଶ ଦିଅନ୍ତୁ ।
୩. ଏହାପରେ ଫୋନ୍ ନମ୍ବରକୁ ଯାଇଥିବା ଓଟିପି କୁ ଦିଅନ୍ତୁ ।
୪. ଏବେ ସବୁ ବିବରଣୀକୁ ସବମିଟ୍ କରନ୍ତୁ । ଏହାପରେ ଏକ ପ୍ରମାଣ ଆଇଡି ଜେନେରେଟ୍ ହେବ ।

କେମିତି ଅନଲାଇନ୍ ଜେନେରେଟ୍ କରିବେ ଲାଇଫ୍ ସାର୍ଟିଫିକେଟ୍

୧. ଉପରୋକ୍ତ ପ୍ରକ୍ରିୟାରେ ପାଇଥିବା ପ୍ରମାଣ ଆଇଡି ଏବଂ ଓଟିପି ର ବ୍ୟବହାର କରି ଜୀବନ ପ୍ରମାଣ ଆପ୍ ଲଗଇନ୍ କରନ୍ତୁ ।
୨. ଜୀବନ ପ୍ରମାଣ ଜେନେରେଟ୍ ବିକଳ୍ପ ଚୟନ କରନ୍ତୁ ଏବଂ ଆଧାର ନମ୍ବର ମୋବାଇଲ୍ ନମ୍ବର ଦିଅନ୍ତୁ ।
୩. ଜେନେରେଟ୍ ଓଟିପି କ୍ଲିକ୍ କରନ୍ତୁ, ଓଟିପି ପାଇବା ପରେ ଦର୍ଜ କରନ୍ତୁ ।
୪. ପିପିଓ ନମ୍ବର, ନାମ, ବିତରଣ ଏଜେନ୍ସିଂ ନାମ ଇତ୍ୟାଦି ଦିଅନ୍ତୁ ।
୫. ଫିଙ୍ଗରପ୍ରିଣ୍ଟ ସ୍କାନ୍ କରନ୍ତୁ ଏବଂ ଆଧାର ଡାଟା ଦିଅନ୍ତୁ । ପେନସନ୍ ଭୋଗୀଙ୍କ ମୋବାଇଲ୍ ନମ୍ବରକୁ ଏକ କନ୍ଫରମସେନ୍ ମେସେଜ୍ ଦିଆଯିବ ।

Get real time updates directly on you device, subscribe now.