fbpx

ଦୁଃଖରୁ ମୁକ୍ତି ଦେବ ଅଟାର ଦୀପ: ଘରେ ଜଳାନ୍ତୁ ପାଇବେ ଚମତ୍କାରୀ ଫାଇଦା [Video]

ନୂଆଦିଲ୍ଲୀ: ଘରେ ଜଳାନ୍ତୁ ଅଟାରେ ତିଆରି ଦୀପ ..ଋଣ ଭାରରୁ ପାଇପାରିବେ ମୁକ୍ତି । ଜୀବନରେ ସୁଖ-ଦୁଃଖ, ଲାଭ-କ୍ଷତି ଲାଗିରହିଥାଏ । କିନ୍ତୁ ଖରାପ ସମୟ ଆସିଲେ ତାହା ବହୁତ ସମୟ ପର୍ଯ୍ୟନ୍ତ ଲାଗିରହିଥାଏ । ତେବେ ଏଭଳି ସ୍ଥିତିରେ ବ୍ୟକ୍ତିଙ୍କର ଧର୍ମ, ଜ୍ୟୋତିଷ ଆଦି ଉପାୟର ସାହାରା ନେବାକୁ ପଡିଥାଏ । ତେବେ ଏହି ଦୀପର ଚାହିଦା ହୋଲିରେ ବହୁତ ପରିମାଣରେ ହୋଇଥାଏ । କୁହାଯାଏ ହୋଲିକା ଦହନରେ ଏହି ଅଟା ଦୀପରେ କରାଯାଇଥାଏ ଏମିତି ପୂଜା । ତେବେ ଆପଣ ଏହି ହୋଲିକା ଦହନ ରାତିରେ ଅଟା ଦୀପର ସହଜ ଉପାୟ କରିନିଅନ୍ତୁ। ପୁରୁଣା ଋଣ ବୋଝରୁ ମୁକ୍ତି ମିଳିବା ସହ ଚମତ୍କାର ଫଳ ମଧ୍ୟ ଦେଇଥାଏ। ଜୀବନର ବହୁ ବାଧା ବିଘ୍ନକୁ ଦୂର କରିଥାଏ। ଆପଣ ଜଦି କିଛି ଶୁଙ କାମ କରିବାକୁ ଯାଉଥିବେ ତେବେ ସେହି କାମ ପାଇଁ ଆସୁଥିବା ସବୁପ୍ରକାରର ପ୍ରତିବନ୍ଧକକୁ ଦୂର କରିଦେଇଥାଏ । ଏହାଛଡା ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଖୁବ୍ ଭଲ ଉପାୟ ହୋଇଥାଏ ।

ଅଟାରେ ୫ ମୁଖୀ ଦୀପ ତିଆରି କରନ୍ତୁ ଓ ଏଥିରେ ସୋରିଷ ତେଲ ଭରନ୍ତୁ। ଏହା ଭିତରେ କଳା ତିଳର କିଛି ଦାନା, ଗୋଟିଏ ବତାସା, ଅଳ୍ପ ସିନ୍ଦୁର ଓ ଏକ ତମ୍ବାର କଏନ୍ ପକାନ୍ତୁ। ଏହାପରେ ହୋଲିକା ଦହନର ଅଗ୍ନିରୁ ଏହି ଦୀପକୁ ଜଳାଇ ଘରର ଆରତୀ କରନ୍ତୁ ଓ ପରେ ଏହାକୁ ଶୂନଶାନ୍ ସ୍ଥାନରେ ରଖିଦିଅନ୍ତୁ। ଦୀପ ରଖିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ। ଏହାପରେ ଘର ବାହାରେ ମୁହଁ-ହାତ ଥୋଇ ଘରକୁ ପ୍ରବେଶ କରିନିଅନ୍ତୁ। ଏହି ଉପାୟ ଋଣରୁ ମୁକ୍ତି ପାଇବା ଓ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରିଥାଏ।

Get real time updates directly on you device, subscribe now.