fbpx

୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ବର୍ଷା ଜାରି ରହିଛି । ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି । ୫ଟି ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଥିବା ବେଳେ ୧୭ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସ୍ୱାଭାବିକ ଠାରୁ ପୁରୀରେ ସର୍ବାଧିକ ୭୧ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି ମୟୂରଭଞ୍ଜରେ ୬୮ ପ୍ରତିଶତ, ବାଲେଶ୍ୱରରେ ୬୩ ପ୍ରତିଶତ, ବଲାଙ୍ଗିରରେ ୬୧ ପ୍ରତିଶତ, କେନ୍ଦୁଝରରେ ୬୦ ପ୍ରତିଶତ କମ ବର୍ଷା ହୋଇଛି । ସେହିପରି ୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗର ସୂଚନା ମିଳିଛି ।

୩ ଜିଲ୍ଲାରେ ପ୍ରବଳ ବର୍ଷିବ: ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ସେଥିପାଇଁ ଜାରି ରହିଛି ବର୍ଷା । ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟ ୨୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଘଡଘଡି ସାଙ୍ଗକୁ ହାଲୁକା ବର୍ଷା । ତେବେ ୨୬ ତାରିଖରୁ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗର ଆକଳନ ।

ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଜଳ ସଂପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗଙ୍କ ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ, ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲାଯାଉ । ଦୁର୍ବଳ ନଦୀବନ୍ଧ ଅଧିକ ସୁଦୃଢ କରିବା ଓ ସଜାଗ ରୁହନ୍ତୁ । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.