fbpx

ଚାଷଜମିରେ କାମ କରୁଥିଲେ, ହଠାତ୍ ଚଡ଼କ ପଡି ଚାଲିଗଲା ଦମ୍ପତ୍ତିଙ୍କ ସହ ଜଣେ ଶ୍ରମିକଙ୍କ ପ୍ରାଣ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତର ବଡ଼ମାଲ ଗ୍ରାମରେ  ଏକ ବଡ଼ ଦୁଃଖଦ ଘଟଣା ଘଟିଛି । ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ଏକ ଦମ୍ପତିଙ୍କ ସମେତ ୩ ଜଣ । ମୃତକମାନେ ହେଲେ ଅନ୍ତର୍ଯ୍ୟାମୀ ମାଝୀ, ତାଙ୍କ ସ୍ତ୍ରୀ ଲିଳିମା ମାଝୀ ଓ ଜଣେ ଶ୍ରମିକ ପାରୁ ବାଘ । ଏହି ତିନି ଜଣ ମିଶି ଜମିରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ହଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.