fbpx

୯ ମାସର ପ୍ରତୀକ୍ଷା ପରେ ଖୋଲିଲା ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ସବୁ ଅବସାନର ଅନ୍ତ ଘଟାଇ ଆଜି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଖୋଲିଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ମିଳିଛି ।

ମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ କରୁଛନ୍ତି । ସେମାନେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ନୂଆବର୍ଷରେ ମନ୍ଦିରକୁ ୨ ଦିନ ପାଇଁ ବନ୍ଦ ରଖାଯିବ । ପରେ ଜାନୁଆରୀ ମାସ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ । ୬ ତାରିଖରୁ ସାଧାରଣ ଭକ୍ତମାନେ ଦର୍ଶନ କରିପାରିବେ । ତେବେ ମନ୍ଦିର ଖୋଲିବା ନେଇ କୋଭିଡ କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.