fbpx

Live-In-Relationshipରେ ରହିଲେ ପାର୍ଟନରଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ହେଉ: ସୁପ୍ରିମକୋର୍ଟରେ ଦାଖଲ ହେଲା ଜନହିତ ଯାଚିକା

ନୂଆଦିଲ୍ଲୀ: ଆଜିକାଲିର ଯୁବକ, ଯୁବତୀମାନେ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଏବେ ବେଶି ପସନ୍ଦ କରୁଛନ୍ତି । ମାତ୍ର ଲିଭ୍ ଇନ ପାର୍ଟନରଙ୍କ କ୍ଷେତ୍ରରେ ହତ୍ୟା ଓ ଆତ୍ମହତ୍ୟା ମାମଲା ଘଟୁଥିବା ଅନେକ କ୍ଷେତ୍ରରେ ଦେଖାଯାଉଛି । କିଛିଦିନ ତଳେ ଦିଲ୍ଲୀରେ ଆଫତାବ ଅମୀନ ପୁନାୱାଲା ତାଙ୍କର ଲିଭ୍ ଇନ୍ ସାଥୀ ଶ୍ରଦ୍ଧା ୱାଲକରଙ୍କୁ ଅମାନବିକ ଭାବେ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲେ । ପରବର୍ତ୍ତୀ ସମୟରେ ସେ ମାଂସ ଖଣ୍ଡଗୁଡ଼ିକୁ ଅଲଗା ଅଲଗା ଜାଗାରେ ଫିଙ୍ଗିଥିଲେ ।

ତେବେ ସାହିଲ ଗହଲତ ନାମକ ଜଣେ ଯୁବକ ମଧ୍ୟ ନିଜର ଲିଭ୍ ଇନ୍ ପାର୍ଟନର ନିକ୍କୀ ଯାଦବଙ୍କୁ ହତ୍ୟା କରିଥିଲେ । ନିକ୍କୀଙ୍କୁ ହତ୍ୟା କରିବାର ପାଖାପାଖି ୧୨ ପରେ ପ୍ରେମିକ ସାହିଲ ଅନ୍ୟ ଯୁବତୀଙ୍କୁ ବିବାହ କରିଥିଲେ । ତା’ ପରଦିନ ଘରକୁ ଆସି ସେ ନିକ୍କୀଙ୍କ ଶବକୁ ଫ୍ରିଜରେ ରଖିଥିଲେ । ତେବେ ଲିଭ୍ ଇନ ସମ୍ପର୍କକୁ ନେଇ ଦେଶରେ ବଢ଼ୁଥିବା ଘଟଣା ଉପରେ ରୋକ ଲଗାଇବା ନେଇ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯିବା ନେଇ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାୟର କରାଯାଇଛି ।

ବିବାହ ପରି ଲିଭ୍ ଇନରେ ରହୁଥିବା ଯୋଡ଼ିଙ୍କ କ୍ଷେତ୍ରରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଉ ବୋଲି ଗୁହାରି କରାଯାଇଛି । ଲିଭ୍ ଇନକୁ ନେଇ କ୍ରମାଗତ ଭାବେ ଧୋକ୍କା, ପ୍ରତାରଣା, ହିଂସାତ୍ମକ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଲିଭ୍ ଇନ ଯୋଡ଼ିଙ୍କୁ ବିବାହ ପରି ଗ୍ରହଣ କରାଗଲେ ସେମାନଙ୍କଠାରୁ ଜନ୍ମିତ ଶିଶୁର ପୈତୃକ ସମ୍ପତ୍ତିରେ ଅଧିକାର ରହିବ । ଲିଭ୍ ଇନ୍ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଉଲ୍ଲେଖ ଥିବା ମହିଳାଙ୍କ ଗାରିମାପୂର୍ଣ୍ଣ ଜୀବନ ବିତାଇବା ଓ ବ୍ୟକ୍ତିଗତ ଅଧିକାରର ସୁରକ୍ଷାକୁ ନଷ୍ଟ କରୁଛି । ତେଣୁ ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଲାଗୁ ହେବା ଦରକାର ବୋଲି ପ୍ରାର୍ଥନା କରାଯାଇଛି ।

Get real time updates directly on you device, subscribe now.