fbpx

ରୋମାନ୍ସର ନୂଆ ଫଣ୍ଡା ‘Live-in Relationship’: ମଜା ନେଉଛ ଏକାଏକା, ଧୋକ୍କା ଖାଇବା ପରେ କହୁଛ ଆମକୁ ବଞ୍ଚାଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମର ସମାଜ ଆଧୁନିକତାର ଦ୍ୱାହି ଦେଇ ଡିଜିଟାଲ ଆଡ଼କୁ ମାଡ଼ି ଚାଲିଛି । ମାତ୍ର ଅନ୍ୟପକ୍ଷରେ ଆମେ ସଂସ୍କାର, ମାନବିକତା ଆଦି କ୍ଷେତ୍ରରେ ପଛକୁ ପଛକୁ ଚାଲିଯାଉଛେ । ତେବେ ବର୍ତ୍ତମାନ ସମୟରେ ଯୁବପୀଢ଼ି ଘୋର ସମସ୍ୟା ଦେଇ ଗତି କରୁଛନ୍ତି । ଯାହାର କୁପ୍ରଭାବ ପରୋକ୍ଷରେ ଆମ ପରିବାର, ସମାଜ ଉପରେ ପଡ଼ୁଛି । ଦିନକୁ ଦିନ ଲଭ, ରିଲେସନସିପ୍, ଧୋକ୍କା, ଦୁଷ୍କର୍ମ, ମର୍ଡର ଆଦି ଜନିତ ମାମଲା ବଢ଼ିବାରେ ଲାଗିଛି ।

ଆଜିକାଲିର ସମାଜରେ ପ୍ରେମର ଅନେକ ନୂଆ ଶାଖା ପ୍ରଶାଖା ଜନ୍ମ ନେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ‘ଲିଭ-ଇନ୍ ରିଲେସନସିପ୍’ । ଯୁବକ ଯୁବତୀମାନେ ସାମାନ୍ୟ ଖୁସି ପାଇଁ ଆଜି ଏଇ ନିଆଁକୁ ଲମ୍ଫ ପ୍ରଦାନ କରୁଛନ୍ତି, ଯେଉଁ ନିଆଁ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ସେମାନଙ୍କ ଜୀବନକୁ ବାରୁଦ ଗଦାରେ ଫୋପାଡ଼ି ଦେଉଛି । ସେତେବେଳକୁ ଉଭୟ ପୁଅ ଓ ଝିଅମାନେ ବାପା, ମାଆ, କୋର୍ଟ, କଚେରୀ, ପୋଲିସ, ଆଇନ, ନ୍ୟାୟାଳୟଙ୍କ ଶରଣ ନେଉଛନ୍ତି । ମାତ୍ର ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ଆଉ କିଛି ନଥାଏ ।

ଯେଉଁମାନେ ଲିଭ-ଇନ ରିଲେସନସିପରେ ରହୁଛନ୍ତି, ସେମାନେ ବୁଝିବା ଦରକାର ଯେ, ଏଇଟା ବାସ୍ତବରେ କ’ଣ । ତୁମମାନଙ୍କ ଇଚ୍ଛାରେ ତୁମେମାନେ ପ୍ରେମ କଲ, ଯଦି ଠକାମି ହେଲ ସେଥିପାଇଁ ଦାୟୀ ରହିବ କିଏ? ମଜା ନେଲା ବେଳକୁ ତୁମେ, ଆଉ ସଜା ପାଇବା ବେଳକୁ ଆମକୁ ଠକିଦେଲା । ଯଦି ପୁଅଟିର ମନ ଭରିଯିବା ପରେ ସେ ଝିଅକୁ ଛାଡ଼ିଦେବ, ଯଦି ଝିଅଟିର ମନ ଭରିଯିବା ପରେ ସେ ଛାଡ଼ିଦେବ, ତେବେ କେହି କିଛି କରିପାରିବେ ନାହିଁ । ଏ କ୍ଷେତ୍ରରେ ହୁଏତ ଦୋଷୀକୁ ଦଣ୍ଡ ମିଳିପାରେ, ମାତ୍ର ନିର୍ଦ୍ଦୋଷ କରିବା ମଣିଷଟିର ଜୀବନ ନର୍କ ସମାନ ହୋଇଯାଏ । ଆଜିକାଲି ମଦ, ଚରସ, ବ୍ରାଉନ ସୁଗର ଠାରୁ ଭୟଙ୍କର ନିଶା ପାଲଟିଗଲାଣି ଏଇ ‘ଲିଭ୍-ଇନ୍ ରିଲେସନସିପ୍’ ।

Get real time updates directly on you device, subscribe now.