fbpx

ଭୟଙ୍କର ସଡ଼କ ଦୁର୍ଘଟଣାର ଦେଖନ୍ତୁ ଲାଇଭ୍ ଭିଡିଓ, ଟ୍ରାକ୍ଟରକୁ ପଛରୁ ପିଟିଲା ଟ୍ରକ୍

ନୂଆଦିଲ୍ଲୀ: ରାସ୍ତାରେ ଡ୍ରାଇଭ୍ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ । କାରଣ ରାସ୍ତା ଉପରେ ଟିକେ ଅସାବଧାନତା ବଡ଼ ଧରଣର ଦୁର୍ଘଟଣାର କାରଣ ପାଲଟିଯାଏ । ଆପଣ ମାନେ ନିଜେ ହିଁ ଖବର ଓ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଦେଖୁଥିବେ ଯେ, ପ୍ରତିଦିନ କେତେ କେତେ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟିଯାଉଛି ଓ ଅସାବଧାନତା କାରଣରୁ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୧ ପ୍ରତିଶତ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା କାରଣରୁ ହେଉଛି । ତେବେ ଏନେଇ ଜାଗ୍ରତ ହେବା ଜରୁରୀ ।

ଏହି କ୍ରମରେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଏବେ ଏହା ବେଶ୍ ଭାଇରାଲ୍ ହେଉଛି । ଏଥିରେ ଏକ ଟ୍ରାକ୍ଟର୍ କୁ ପଛରୁ ଆସି ଏକ ପିକଅପ୍ ଟ୍ରକ୍ ଧକ୍କା ଦେଉଛି । ଏହାପରେ ଟ୍ରାକ୍ଟର୍ ଟି ଓଲଟି ପଡ଼ୁଛି ଓ ଟ୍ରକ୍ ଟି ନରହି ଦ୍ରୁତ ଗତିରେ ପଳେଇ ଯାଉଛି ।

 

View this post on Instagram

 

A post shared by Jayesh SuThar (@jayesh_jangid_rj04)

Get real time updates directly on you device, subscribe now.