fbpx

ଆଧାର କାର୍ଡରେ ୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଲୋନ୍! କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦୀ ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯୋଜନା ଆରମ୍ଭ କରିବା ପାଇଁ ପ୍ରତ୍ୟେକ ବିଭାଗର ବିଶେଷ ଧ୍ୟାନ ଦିଆଯାଉଛି  । ଏହି ଯୋଜନାଗୁଡିକରେ ଛାତ୍ରମାନଙ୍କ ଠାରୁ ଚାକିରିଆ ପର୍ଯ୍ୟନ୍ତ ଏବଂ କୃଷକମାନଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗଙ୍କୁୂ ଧ୍ୟାନ ଦିଆଯାଇଛି  । ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀଙ୍କ ମୁଦ୍ରା ଲୋନ୍ ମଧ୍ୟ ଆରମ୍ଭ କରିଥିଲେ । ଏହା ପରେ ବି ଲୋକମାନେ ଠକେଇ ପାଇଁ ଅନେକ ପ୍ରକାରର ସରକାରୀ ଯୋଜନା ଭଳି ନାମ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଭାଇରାଲ୍ ପୋଷ୍ଟ :-

ସେହିଭଳି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯାହାକୁ କେନ୍ଦ୍ର ସରକାରଙ୍କ ଏକ ଲୋନ୍ ଯୋଜନା ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ, ଆଧାର କାର୍ଡ ଥିବା ଏଭଳି ନାଗରିକଙ୍କୁ କେନ୍ଦ୍ର ସରକାର ସହଜ ଲୋନ୍ ଦେଉଛନ୍ତି । ଏହି ଲୋକଙ୍କୁ ଆଧାର କାର୍ଡ ମାଧ୍ୟମରେ ୪.୭୮ ଲକ୍ଷ ଟଙ୍କା ଲୋନ୍ ଦିଆଯାଇପାରିବ  ।

ସରକାର କହିଲେ ସତ:-

ଭାଇରାଲ ପୋଷ୍ଟକୁ ଫ୍ୟାକ୍ଟ-ଚେକ୍ କରିବା ପରେ ପିଆଇବି କହିଛି ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି । ସରକାରଙ୍କ ପକ୍ଷରୁ ଏପରି କୌଣସି ଲୋନ୍ ଦିଆଯାଉ ନାହିଁ । ଏହା ସହ ଲୋକଙ୍କୁ ଏପରି ନକଲି ବାର୍ତ୍ତା ସେୟାର ନକରିବାକୁ ପରାମର୍ଶ ଦେଇଛି ପିଆଇବି । ସରକାରୀ ଯୋଜନା ବାହାନା କରି ଚୋରମାନେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରନ୍ତି, ଯାହା ଫଳରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନେ ଖାଲି କରନ୍ତି ବୋଲି ପିଆଇବି କହିଛି ।

Get real time updates directly on you device, subscribe now.