fbpx

ICICI, ପଞ୍ଜାବ ନ୍ୟାସନାଲ ସମେତ ୪ଟି ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା

ନୂଆଦିଲ୍ଲୀ: ୩ ନଭେମ୍ବରରେ ଆରବିଆଇ ଏକ ବୈଠକ ହେବାକୁ ଯାଉଛି । ଏହାର ୨ ଦିନ ପୂର୍ବରୁ ହିଁ ୪ ଟି ବଡ଼ ବ୍ୟାଙ୍କ ଯଥା-ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କ ଏମସିଆଲଆର ବୃଦ୍ଧି କରିଛନ୍ତି । ନଭେମ୍ବର ୧ ରୁ ଏହି ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି ।

ତେବେ ଏମସିଆଲଆର ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡିକ କମ୍ ହାରରେ ଋଣ ଦେଇ ପାରିବେ ନାହିଁ । ଏହାକୁ ୨୦୧୬ ରେ ଆରବିଆଇ ଆରମ୍ଭ କରିଥିଲା । ଚଳିତ ବର୍ଷ ମେ ମାସରୁ ବର୍ତ୍ତମାନ ସୁଦ୍ଧା ଆରବିଆଇ ରେପୋରେ ଚାରିଥର ୧.୯୦ ପ୍ରତିଶତ ବୃଦ୍ଧି କରିଛି । ଏପ୍ରିଲ୍ ପର୍ଯ୍ୟନ୍ତ ୬.୬୦ ପ୍ରତିଶତ ହାରରେ ମିଳୁଥିବା ଲୋନ୍ ଏବେ ଅତି କମରେ ୮ ପ୍ରତିଶତରେ ମିଳୁଛି ।

ଆଇସିଆଇସିଆଇ ବ୍ୟାଙ୍କ: ଏମସିଏଲଆରରେ ୦.୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏକ ବର୍ଷର ଏମସିଏଲଆର ବର୍ତ୍ତମାନ ୮.୩୦ ପ୍ରତିଶତ ହେବ, ଯାହା ପୂର୍ବରୁ ୮.୧୦ ପ୍ରତିଶତ ଥିଲା ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ: ଏମସିଏଲଆରକୁ ୦.୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ସହିତ, ଏକ ବର୍ଷର ହାର ବର୍ତ୍ତମାନ ୮.୦୫ ପ୍ରତିଶତ ହେବ, ଯାହା ପୂର୍ବରୁ ୭.୭୫ ପ୍ରତିଶତ ଥିଲା । ତିନି ବର୍ଷର ହାର ୮.୦୫ ରୁ ୮.୩୫ ପ୍ରତିଶତକୁ ବୃଦ୍ଧି ପାଇଛି ।

ବ୍ୟାଙ୍କ ଅଫ୍ ଇଣ୍ଡିଆ: ଏଥିରେ ଏମସିଏଲଆର ୦.୧୫ ପ୍ରତିଶତ ବୃଦ୍ଧି ପାଇଛି । ଏକ ବର୍ଷର ଏମସିଏଲଆର ହାର ବର୍ତ୍ତମାନ ୭.୮୦ ପ୍ରତିଶତ ତୁଳନାରେ ୭.୯୫ ପ୍ରତିଶତ ହେବ ।
ଇଣ୍ଡିଆନ୍ ବ୍ୟାଙ୍କ: ବ୍ୟାଙ୍କ ଏକ ଦିନର ଏମସିଏଲଆରକୁ ୦.୩୫ ପ୍ରତିଶତ ବୃଦ୍ଧି କରି ୭.୪୦ ପ୍ରତିଶତ କରିଛି ।

Get real time updates directly on you device, subscribe now.