fbpx
BSKY SKY
BSKY SKY

ଅନିଶ୍ଚିତ କାଳ ପାଇଁ ଲକଡାଉନ୍, ସ୍କୁଲ କଲେଜ୍ ସବୁ ବନ୍ଦ: ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସରକାର ନେଲେ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ହୁଏତ କମ୍ ହୋଇଛି । କିନ୍ତୁ ଚୀନ୍ ରେ ଏବେବି କରୋନାର ପ୍ରକୋପ ଜାରି ରହିଛି । ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ଚୀନ୍ ସରକାର ସବୁ ସମ୍ଭବ ପ୍ରୟାସ କରୁଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ସହରରେ ଲକଡାଉନ ଲଗାଯାଉଛି । ଏହାରି ମଧ୍ୟରେ ଖବର ଆସୁଛି ଯେ ସରକାର ଏକ ବଡ଼ ସହରରେ ସଂପୂର୍ଣ୍ଣ ଲକଡାଉନ ଲଗାଇଛନ୍ତି । ଏହା ଯୋଗୁଁ ୨ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହେବା ପାଇଁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୂଯାୟୀ, ଚୀନର ଚେଙ୍ଗଡୁ ସହରରେ କରୋନା ସଂକ୍ରମଣ ଦ୍ରୃତ ଭାବରେ ବଢ଼ୁଛି । ସଂକ୍ରମଣ ଯୋଗୁଁ ସରକାର ଏଠାରେ ସଂପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି । ଫଳରେ ଦୁଇ କୋଟି ରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜରୁରୀ ସାମଗ୍ରୀ ପାଇଁ ପ୍ରଶାସନ ଘରୁ କେବଳ ଜଣେ ସଦସ୍ୟଙ୍କୁ ବାହାରକୁ ବାହାରିବାକୁ ଅନୁମତି ଦେଇଛି ।

ସହରକୁ ଯା’ଆସ କରୁଥିବା ୭୦ ପ୍ରତିଶତ ଉଡ଼ାଣକୁ ରଦ୍ଧ କରାଯାଇଛି । ବଡ଼ କଥା ହେଉଛି ଏହି ସହର ଆର୍ଥିକ ଗତିବିଧି କାରଣରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.