fbpx

ଦୁର୍ବୃତ୍ତଙ୍କ ଟାର୍ଗେଟରେ ପେଟ୍ରୋଲ ପମ୍ପ କର୍ମଚାରୀ: ପଲସରରେ ଆସି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ରାଉରକେଲା: ରାଉରକେଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟାର୍ଗେଟ କରି ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ଦୁର୍ବୃତ୍ତ । ସେକ୍ଟର-୧୯ ଥାନା ନିକଟରେ ଏମିତି ଏକ ଲୁଟର ଶିକାର ହୋଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ଟଙ୍କା ନେଇ ଯାଉଥିବା ସମୟରେ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ମୋଟ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଘରକୁ ଫେରୁଥିବା ସମୟରେ ୨ ଜଣ ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇଛନ୍ତି ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ । ସେକ୍ଟର-୧୯ ଥାନା ନିକଟରେ କର୍ମଚାରୀଙ୍କୁ ଆକ୍ରମଣ କରି ତାଙ୍କ ନିକଟରୁ ପ୍ରାୟ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଏହି ଦୁଇ ଦୁର୍ବୃତ୍ତ । ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏବଂ ତାଙ୍କ ନିକଟରେ ଥିବା ପ୍ରାୟ ୮ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ତେବେ ଏ ନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ।

Get real time updates directly on you device, subscribe now.