Breaking: କଟକରେ ବଡ଼ ଧରଣର ଲୁଟ୍, ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ

କଟକ: ଆପାର୍ଟମେଣ୍ଟରେ ପଶି ଲୁଟ୍ । କଟକର ଏକ ଆପାର୍ଟମେଣ୍ଟରେ ଲୁଟ୍ ହୋଇଛି ।

ବ୍ୟବସାୟିଙ୍କୁ ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଦେଖାଇ ମାଡ଼ ମାରି ୫ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ବାଦାମବାଡ଼ି ଥାନା ବିକାଶ ନଗରରେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ମାଲଗୋଦାମର ବ୍ୟବସାୟୀ ଓ ଡ୍ରାଇଭର ଆହତ ହୋଇଥିବା ସୂଚନା ।

ସ୍ଥାନୀୟ ପୋଲିସ ଷ୍ଟେଶନରେ ମାମଲା ରୁଜୁ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ।