(Video) ଦିନ ଦ୍ୱିପ୍ରହରରେ ତନିଷ୍କ ଶୋରୁମରେ ଡକାୟତି, ବନ୍ଧୁକ ମୁନରେ ଲୁଟିନେଲେ ୨୫ କୋଟି ଟଙ୍କାର ଗହଣା
ତନିଷ୍କ ଶୋରୁମରୁ ବନ୍ଧୁକ ଦେଖାଇ ନେଇଗଲେ ୨୫ କୋଟି ଟଙ୍କାର ଅଳଙ୍କାର
ନୂଆଦିଲ୍ଲୀ: ଆଜିକାଲି ଚୋରି ଏବଂ ଡକାୟତି ମାମଲା ପ୍ରତିଦିନ ଘଟୁଛି। ଏହାରି ମଧ୍ୟରେ ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ଏହି ଘଟଣାଟି ବିହାରର ଟାଉନ ଥାନା ଅନ୍ତର୍ଗତ ଗୋପାଲୀ ଚୌକ ସ୍ଥିତ ତନିଷ୍କ ଅଳଙ୍କାର ଶୋରୁମରେ ପଶି ଦିନ ଦ୍ୱିପ୍ରହରରେ ଡକାୟତି କରିଛନ୍ତି।
ହାରାହାରି ୨୫ କୋଟି ଟଙ୍କାର ସୁନା-ରୂପା ଏବଂ ହୀରା ଅଳଙ୍କାର ଲୁଟିବାର ଅନୁମାନ କରାଯାଉଛି। ଷ୍ଟୋର ମ୍ୟାନେଜର କୁମାର ମୃତ୍ୟୁଞ୍ଜୟ କହିଛନ୍ତି ଯେ, ଯେଉଁ ସମୟରେ ଗହଣା ଗୁଡ଼ିକ କାଉଁଣ୍ଟରରେ ରଖାଯାଇଥିଲା, ସେହି ସମୟରେ ଅଭିଯୁକ୍ତମାନେ ଶୋରୁମକୁ ପ୍ରବେଶ କରିଥିଲେ।
ଏହି ଅଭିଯୁକ୍ତଙ୍କ ସଂଖ୍ୟା ୭ ଥିଲା। ଏଥିରେ ଜଣେ ଅପରାଧୀ ମୁହଁରେ ମାସ୍କ ଲଗାଇଥିଲା। ଅନ୍ୟ ଅପରାଧୀଙ୍କ ମୁହଁ ଖୋଲାଥିଲା। ପ୍ରଥମେ ଗ୍ରାହକ ହୋଇ ଅପରାଧୀ ଦୋକାନରେ ପ୍ରବେଶ କଲେ, ପରେ ବନ୍ଧୁକ ଦେଖାଇ ଡକାୟତି କରିଥିଲେ। ସେମାନେ ଦ୍ୱାରରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ବନ୍ଧୁକ ଦେଖାଇଥିଲେ।
VIDEO | Armed robbers stormed a Tanishq showroom in Bihar’s Arrah this morning and looted jewellery worth crores. The robbery took place at the Gopali Chowk branch in the Arrah police station area and the incident was caught in the CCTV installed inside the showroom.
(Video… pic.twitter.com/sU44vmpWwo
— Press Trust of India (@PTI_News) March 10, 2025
ଭୋଜପୁର ପୋଲିସ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏଥିସହ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।